ନଭେମ୍ବରରେ ନବମ ଶ୍ରେଣୀର ସମ୍ମେଟିଭ୍‌ ଆସେସମେଣ୍ଟ ପରୀକ୍ଷା, ୪୦ ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ

କଟକ: ନବମ ଶ୍ରେଣୀ ପ୍ରଥମ ସମ୍ମେଟିଭ୍‌ ପରୀକ୍ଷା ଆସନ୍ତା ନଭେମ୍ବର ୨୨ ତାରିଖ ଠାରୁ ଆମମ୍ଭ ହେବ। ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବୋର୍ଡର ଅଧ୍ୟକ୍ଷ ରାମାଶିଷ ହାଜରା ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏହି ପରୀକ୍ଷା ତିନି ଦିନ ଚାଲିବ। ଅର୍ଥାତ ନଭେମ୍ବର ୨୪ରେ ସମ୍ମେଟିଭ୍‌ ପରୀକ୍ଷା ଶେଷ ହେବ।

ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ଦିନକୁ ୨ଟି ସିଟିଂରେ ପରୀକ୍ଷାର ଆୟୋଜନ କରାଯିବ। ପ୍ରଥମ ସିଟିଂ ସକାଳ ୯ଟାରୁ ୧୦ଟା ଓ ୨ୟ ସିଟିଂ ଦିନ ୧୧ଟାରୁ ୧୨ଟା ଭିତରେ ହେବ। ପ୍ରତି ବିଷୟରେ ୪୦ ମାର୍କର ପରୀକ୍ଷା କରାଯିବାକୁ ବୋର୍ଡ ନିଷ୍ପତ୍ତି ନେଇଛନ୍ତି। ଏଥିରୁ ୨୦ ମାର୍କ ମଲଟିପୁଲ ରବିବ। ବାକି ୨୦ ମାର୍କ ଦୀର୍ଘ ପ୍ରଶ୍ନ ରହିବ। ଏହି ପରୀକ୍ଷା ପାଇଁ ବୋର୍ଡ ପ୍ରଶ୍ନପତ୍ର ଯୋଗାଇବ। ପ୍ରତେକ ପିଲା ନିଜ ସ୍କୁଲରେ ହିଁ ପରୀକ୍ଷା ଦେବେ। କିନ୍ତୁ ଅନ୍ୟ ସ୍କୁଲରେ ପ୍ରଶ୍ନପତ୍ର ଗୁଡ଼ିକ ଯାଂଚ ହେବ। ପ୍ରଶ୍ନପତ୍ର ଗୁଡ଼ିକ ନଭେମ୍ବର ୨୩ରୁ ୩୦ ମଧ୍ୟରେ ଶେଷ ହେବ।

ସମ୍ବନ୍ଧିତ ଖବର