ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ଭଞ୍ଜନଗରର କୋଟିପତି ସହକାରୀ ଯନ୍ତ୍ରୀ ଗିରଫ

ଭଞ୍ଜନଗର: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭଞ୍ଜନଗରର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ବର୍ତ୍ତମାନ ସୁଦ୍ଧା ତାଙ୍କର ସମ୍ପତ୍ତିର ମୂଲ୍ୟ ୪ କୋଟି ୭୬ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାଯାଇଛି।

ଗତକାଲି ଭଞ୍ଜନଗରର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀଙ୍କ ଘରୁ ୨ କୋଟି ୫୦ ହଜାର ଟଙ୍କା ଜବତ ହୋଇଛି। ଏଥିସହ ସୁନା ବିସ୍କୁଟ, ଏକାଧିକ ପ୍ଲଟ ଓ ରାଜଧାନୀର ବିଲ୍ଡିଂ ସହ ଲକ୍ଷାଧିକ ଟଙ୍କାର ଇନ୍ସୁରାନ୍ସ ଜବତ କରିଛି ଭିଜିଲାନ୍ସ ।

ଓଡ଼ିଶାର ଇତିହାସରେ ପୂର୍ବରୁ ଏତେ ପରିମାଣରେ ନଗଦ ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରି ନଥିଲା। ତେଣୁ ବିପୁଳ ଟଙ୍କା ଗଣିବା ପାଇଁ ସମ୍ଭବ ନ ହେବାରୁ ମେସିନ ଲଗା ଯାଇଥିଲା। ଭିଜିଲାନ୍ସ ବିଭାଗ ଗଞ୍ଜାମ ଜିଲ୍ଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଇଂ.କାର୍ତ୍ତିକେଶ୍ୱର ରାଉଳ ଓ ତାଙ୍କ ଦ୍ବିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କ ଟାଟା ଆରିୟାନା ୦୫୦୫ରୁ ଚଢ଼ଉ ସମୟରେ ଏହି ଟଙ୍କା ଜବତ କରିଥିଲା। ଏଥି ସହିତ ଭିଜିଲାନ୍ସର କର୍ମଚାରୀମାନେ ଇଂ ରାଉଳଙ୍କ ଠିକଣାରୁ ୨୦ଟି ସୁନା ବିସ୍କୁଟ ଜବତ କରିଥିଲେ।

ସୂଚନାଯୋଗ୍ୟ, କ୍ଷୁଦ୍ର ଜଳସେଚନ ବିଭାଗ ସହକାରୀ ଯନ୍ତ୍ରୀ ଇଂ.କାର୍ତ୍ତିକେଶ୍ୱର ରାଉଳଙ୍କ ଠିକଣାରେ ଭିଜିଲାନ୍ସ ଟିମ୍‌  ତାଙ୍କ ଘର ଓ ଅଫିସ୍‌ରେ ଚଢ଼ାଉ କରିବା ସହ ନଗଦ ୨କୋଟି ଟଙ୍କା ସହିତ ଅନ୍ୟ ସଂପତ୍ତି ଠାବ କରିଥିଲେ।

ବୁଧବାର ସକାଳ ସମୟରେ ପାର୍କରୋଡ଼ ବସନ୍ତ ନିଳୟ ସାହି ନିକଟରେ ଥିବା କ୍ଷୁଦ୍ର ଜଳସେଚନ କାର୍ଯ୍ୟାଳୟ ଏବଂ ସରକାରୀ କ୍ବାର୍ଟରରେ ଭୁବନେଶ୍ବରର ଭିଜିଲାନ୍ସ୍‌ ଡିଏସ୍‌ପି ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ବରେ ୯ଜଣିଆ ଟିମ୍‌ ପହଞ୍ଚି ଚଢଉ ଆରମ୍ଭ କରିଥିଲେ। ଏହି ଚଢଉ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଜାରି ରହିଥିଲା। ଅଧିକାରୀମାନେ କାର୍ଯ୍ୟାଳୟ ଭିତରେ ଥିବା ଶ୍ରୀ ରାଉଳଙ୍କ ଚାମ୍ବରରେ କାଗଜପତ୍ର ଯାଞ୍ଚ୍‌ କରିଥିଲେ। ଏହାପରେ ତାଙ୍କର କ୍ବାର୍ଟର୍ସକୁ ଯାଇ ଛାନଭିନ୍‌ ଆରମ୍ଭ କରିଥିଲେ। ସେଠାରୁ ସେମାନେ ନଗଦ ୨ ଲକ୍ଷ ୫୦ ହଜାର ୮ ଶହ ଟଙ୍କା ପାଇଥିଲେ ଏବଂ ତାଙ୍କର ଏକ ଦାମୀ କାର୍ ଜବତ କରାଯାଇଥିବା ଡିଏସ୍‌ପି ଶ୍ରୀ ବେହେରା ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର