ବ୍ରହ୍ମପୁର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାର ଶୁଣାଣି କରି ବ୍ରହ୍ମପୁର ସ୍ୱତନ୍ତ୍ର ଭିଜିଲାନ୍ସ ଜଜ୍ ଲୁନା ମହାନ୍ତି ପ୍ରମାଣ ଥିବାରୁ ଅଭିଯୁକ୍ତ ସହକାରୀ ଯନ୍ତ୍ରୀଙ୍କୁ ୩ବର୍ଷ ଜେଲ୍ଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ଗଜପତି ଜିଲ୍ଲା ମୋହନା ପୂର୍ତ୍ତ(ରାସ୍ତା ଓ କୋଠାବାଡ଼ି) ବିଭାଗ ସହକାରୀ ଯନ୍ତ୍ରୀ ସନ୍ତୋଷ କୁମାର ପାତ୍ର। ଏହାସହିତ ୨୦ ହଜାର ଟଙ୍କା ଜରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନ୍ସ ଗତ ୨୦୦୮ ନଭେମ୍ବର ୧୮ତାରିଖରେ ବ୍ରହ୍ମପୁର ପୂର୍ତ୍ତ ବିଭାଗ ଡିଭିଜନ୍-୧ରେ କାର୍ଯ୍ୟରତ ତତ୍କାଳୀନ କନିଷ୍ଠ ଯନ୍ତ୍ରୀ ପାତ୍ରଙ୍କ ଘର ସମେତ ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ଯାଞ୍ଚ ପରେ କନିଷ୍ଠ ଯନ୍ତ୍ରୀ ଓ ତାଙ୍କ ପରିବାରବର୍ଗଙ୍କ ନାମରେ ୧୫ଲକ୍ଷ ୧୪ହଜାର ୯୪୫ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ନେଇ ଭିଜିଲାନ୍ସ ବିଭାଗ ଆକଳନ କରିଥିଲା। ଏହି ମାମଲାର ଶୁଣାଣି ବେଳେ ୨୩ଜଣ ସାକ୍ଷୀଙ୍କ ବୟାନ ରେକର୍ଡ଼ କରା ଯାଇଥିଲା। ଆବଶ୍ୟକ ପ୍ରମାଣ ଥିବାରୁ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ସୁରେନ୍ଦ୍ର କୁମାର ପଣ୍ଡା ମକଦ୍ଦମା ପରିଚାଳନା କରିଥିଲେ।
ଆୟ ବହିର୍ଭୂତ ସମ୍ପତ୍ତି ମାମଲା: ସହକାରୀ ଯନ୍ତ୍ରୀଙ୍କୁ ୩ ବର୍ଷ ଜେଲ୍
/sambad/media/post_attachments/wp-content/uploads/2021/12/jail-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)