କେନ୍ଦୁଝର: ଜଣେ ବ୍ୟକ୍ତିଙ୍କୁ ଜମିଜମା ସମ୍ପର୍କିତ କାଗଜପତ୍ର ଦେବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆଜି ଭିଜଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଭୂବନ୍ଦୋବସ୍ତ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡ଼ିବନ୍ଧୁ ବେହେରା। ଭିଜିଲାନ୍ସ ତାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ଅନ୍ତର୍ଗତ ଚିନାମଳିପଶି ଗ୍ରାମର ସୁଶୀଲ ମହାନ୍ତଙ୍କ ପୈତୃକ ଜାଗାକୁ ତାଙ୍କ ବଡ଼ଭାଇଙ୍କ ପୁଅ ପଟ୍ଟା କରିବା ପରେ ସୁଶୀଲଙ୍କ କୌଣସି ସ୍ବତ୍ବ ନ ରହିବାରୁ ସେ ଜମି ସମ୍ପର୍କିତ ପ୍ରମାଣପତ୍ର କପି ପାଇବା ପାଇଁ ଜୁଲାଇ ୪ ତାରିଖରେ କେନ୍ଦୁଝର ଭୂବନ୍ଦୋବସ୍ତ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ସୁଶୀଲ ଆଇନଜୀବୀ କୃଷ୍ଣଚନ୍ଦ୍ର ମହାନ୍ତଙ୍କ ମାଧ୍ୟମରେ ଆବେଦନ କରିଥିଲେ। ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡ଼ିବନ୍ଧୁ ବେହେରାଙ୍କୁ କାଗଜପତ୍ର ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ଶ୍ରୀ ବେହେରା କାଗଜପତ୍ର ଦେବାପାଇଁ ପ୍ରଥମେ ୩୪୦୦ଟଙ୍କା ଓ ପରେ ୩ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ। ଲାଞ୍ଚ ନଦେଲେ କାଗଜପତ୍ର ଦିଆଯିବନି ବୋଲି କହିଥିଲେ। ଏ ନେଇ ସୁଶୀଲ ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ। ଆଜି ଶ୍ରୀ ବେହେରା ନିଜ କାର୍ଯ୍ୟାଳୟରେ ଅଭିଯୋଗକାରୀଙ୍କଠାରୁ ୩ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଅଭିଯୁକ୍ତଙ୍କଠାରୁ ସମ୍ପୂର୍ଣ୍ଣ ଲାଞ୍ଚ ଟଙ୍କା ଜବତ କରାଯାଇଛି ବୋଲି ଭିଜିଲାନ୍ସ ଡିଏସ୍ପି ସୂଚନା ଦେଇଛନ୍ତି। ଭିଜିଲାନ୍ସ ପକ୍ଷରୁ ଶ୍ରୀ ବେହେରାଙ୍କ ଦୁଇଟି ଠିକଣାରେ ଚଢ଼ଉ ଜାରି ରହିଛି।
ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ରେକର୍ଡ କିପର୍
ଜଣେ ବ୍ୟକ୍ତିଙ୍କୁ ଜମିଜମା ସମ୍ପର୍କିତ କାଗଜପତ୍ର ଦେବା ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆଜି ଭିଜଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦୁଝର ଭୂବନ୍ଦୋବସ୍ତ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେକର୍ଡ କିପର୍ ହାଡ଼ିବନ୍ଧୁ ବେହେରା। ଭିଜିଲାନ୍ସ ତାଙ୍କୁ ଗିରଫ କରି...
/sambad/media/media_files/2025/08/07/untitled-19-2025-08-07-08-02-33.jpg)