ଜୟପୁର: ହରଡାପୁଟ ସେବାଶ୍ରମ ବିଦ୍ୟାଳୟର ଅନ୍ତେବାସୀ ତପସ୍ୱନୀ ଗାଧବାଙ୍କ ମୃତ୍ୟୁ ମାମଲାରେ ପ୍ରଶାସନ ନେଇଛି କଡ଼ା କାର୍ଯ୍ୟାନୁଷ୍ଠାନ।  ଜିଲ୍ଲାପାଳ ସହକାରୀ ଅଧିକ୍ଷକ  ତଥା ସହକାରୀ ଖେଳ ଶିକ୍ଷୟତ୍ରୀ ରଂଜୁବାଳା ସାହୁଙ୍କୁ ନିଲମ୍ବନ କରିଛନ୍ତି। ସେଭଳି ପ୍ରଧାନଶିକ୍ଷୟତ୍ରୀ କବିତା ଦଳାଇଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ରାଜ୍ୟସରକାରଙ୍କୁ ଅବଗତ କରିଥିବା କହିଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି।

Advertisment

। ସୂଚନା ଅନୁଯାୟୀ, ଜୟପୁର ବ୍ଲକର କୁମୁଲିପୁଟ ପଂଚାୟତ ଅର୍ନ୍ତଗତ ହରଡାପୁଟ ବାଳିକା ସେବାଶ୍ରମ ବିଦ୍ୟାଳୟର ଅଷ୍ଠମ ଶ୍ରେଣୀରେ ପଢ଼ୁଥିବା ଅନ୍ତେବାସୀ ଛାତ୍ରୀ ତପସ୍ୱିନୀଙ୍କର ଗତ ୧୨ତାରିଖ ଦିନ ଗୁରୁତର ହୋଇଥିଲେ । ତାଙ୍କୁ ରାବଣାଗୁଡା ଗୋଷ୍ଠୀ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିଲା । ଚିକିତ୍ସା କରିଥିବା ଡାକ୍ତର ଜଣକ ଗ୍ୟାସର ସମସ୍ୟା ହୋଇଥିବା କହି ଔଷଧ ଦେଇ ପେରାଇଦେଇଥିଲେ । ତା ପର ଦିନ ସକାଳୁ ଛାତ୍ରୀ ଜଣକର ମୃତ୍ୟୁ ହୋଇଥିଲା। ଏହି ମାମଲାରେ ସେବାଶ୍ରମ କତ୍ତୃପକ୍ଷଙ୍କ ସହ ଚିକିତ୍ସା କରିଥିବା ଡାକ୍ତରଙ୍କ ଅବହେଳାକୁ ନେଇ ପରିବାରବର୍ଗ ବୋରିଗୁମ୍ମା ଥାନାରେ ଅଭିଯୋଗ କରିଥିଲେ।

ବୋରିଗୁମ୍ମା ପୁଲିସ ଏ ନେଇ ମାମଲା ରୁଜୁ କରିଥିଲା । ଏହାରି ମଧ୍ୟରେ ଏସଡିସି ଅଧ୍ୟକ୍ଷ ଚନ୍ଦ୍ରଶେଖର ମାଝୀ, ଥାନା ଅଧିକାରୀ ଓ ଜିଲ୍ଲାମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି ପ୍ରମୁଖ ପୃଥକ ପୃଥକ ଭାବେ ତଦନ୍ତ କରିଥିଲେ । ସ୍କୁଲର ପ୍ରଧାନଶିକ୍ଷୟତ୍ରୀଙ୍କ ଏତଲା କ୍ରମରେ ବୋରିଗୁମ୍ମା ପୁଲିସ ଅପମୃତ ମାମଲା ରୁଜୁ କରିଥିଲା।  ଏହା ପରେ ମୃତ ଛାତ୍ରୀଙ୍କ ବାପା କୃଷ୍ଣ ଗାଧବାଙ୍କ ଏତଲା କ୍ରମେ ହତ୍ୟା ସଂଦେହରେ ଦଫା ୩୦୨ରେ ଆଉ ଗୋଟିଏ ମାମଲା ବୋରିଗୁମ୍ମା ପୁଲିସ ରୁଜୁ କରିଛି। ଏହା ସହ ଶବବ୍ୟାବଛେଦ ରିପୋର୍ଟ ଓ ଭିସୋରା ରିପୋର୍ଟକୁ ଅପେକ୍ଷା କରିଛି ପୁଲିସ।