ଭୁବନେଶ୍ବର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଲଗାତାର ପଞ୍ଚମ ଥର ପାଇଁ ଦାୟିତ୍ବ ନେବା ପରେ ଆଜି ବିଭିନ୍ନ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ନବୀନ ନିବାସରେ ଶତାଧିକ କର୍ମଚାରୀ ସଂଘର ନେତା ଏବଂ କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ।ମଙ୍ଗଳବାର ଚୌଦ୍ବାର-କଟକର ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ବାଳଙ୍କ ନେତୃତ୍ବରେ ବିଭିନ୍ନ ସରକାରୀ କର୍ମଚାରୀ ସଂଘର ନେତାମାନେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟି ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରିବା ସହ ଲଗାତାର ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇ ରାଷ୍ଟ୍ରିୟ ସ୍ତରରେ ଏକ ଇତିହାସ ସୃଷ୍ଟି କରିଛନ୍ତି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ଏକ ନୂତନ ଓଡ଼ିଶା ଗଠନରେ ବ୍ରତୀ ହେବା ପାଇଁ ଆହ୍ବାନ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିବା କର୍ମଚାରୀ ସଂଘମାନଙ୍କ ଭିତରେ ଓଡ଼ିଶା ପାଇପ ଜଳଯୋଗାଣ କର୍ମଚାରୀ ସଂଘ, ରାଜ୍ୟ ଜନସ୍ବାସ୍ଥ୍ୟ ଯାନ୍ତ୍ରିକ କର୍ମଚାରୀ ସଂଘ, ଓଡ଼ିଶା ରାଜ୍ୟ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ, ସଂସ୍କୃତି ଓ କଳାପରିଷଦ ଓଡ଼ିଶା, ପୂର୍ତ୍ତବିଭାଗ ଵାର୍କ ଚାର୍ଜଡ କର୍ମଚାରୀ ସଂଘ, ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ଵାର୍କ ଚାର୍ଜଡ କର୍ମଚାରୀ ସଂଘ, ଓ.ଏସ.ଆଇ.ସି କର୍ମଚାରୀ ସଂଘ, ଓଡ଼ିଶା ଜଳଯୋଗାଣ କର୍ମଚାରୀ ସଂଘ, ଓଡ଼ିଶା ପୌର ଅସ୍ଥାୟୀ କର୍ମଚାରୀ ସଂଘ, ନିଖିଳ ଓଡ଼ିଶା ଜଳଯୋଗାଣ ଓ ପରିମଳ କର୍ମଚାରୀ ସଂଘ, ଓଡ଼ିଶା ସରକାରୀ ମୁଦ୍ରଣ ବୈଷୟିକ କର୍ମଚାରୀ ସଂଘ, ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ କର୍ମଚାରୀ ସଂଘ, ଓ.ଏସ.ଏ.ପି ବ୍ରାଞ୍ଚ ସିପାହୀ ହାବିଲଦାର ଆସୋସିଏସନ, ନିରତାର କର୍ମଚାରୀ ସଂଘ, ଓଡ଼ିଶା ରିକ୍ସା ଓ ଟ୍ରଲି ମାଲିକ ଓ ଚାଳକ ସଂଘ, ଓଡ଼ିଶା ସ୍ବରେଜ ବୋର୍ଡ଼ କର୍ମଚାରୀ ସଂଘ, କଟକ ଉନ୍ନୟନ କର୍ତ୍ତୃପକ୍ଷ କର୍ମଚାରୀ ସଂଘ, ନିଖିଳ ଓଡ଼ିଶା ପର୍ଯ୍ୟଟନ ନିଗମ କର୍ମଚାରୀ ସଂଘର କର୍ମକର୍ତ୍ତା ଏହି ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେଇଥିଲେ।
ସମ୍ବର୍ଦ୍ଧନା ଦେଲେ ଦଳୀୟ କର୍ମୀ
ଭୁବନେଶ୍ବର: ରାଜ୍ୟରେ ବିଜୁ ଜନତା ଦଳ କ୍ରମାଗତ ଭାବେ ପଞ୍ଚମଥର ପାଇଁ ବିଧାନସଭା ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟ ହାସଲ କରିବା ପରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ୩୧୪ ବ୍ଲକର ବିଜେଡି ସଂଯୋଜକ, ୧୧୪ ଏନଏସି ଓ ମୁନିସିପାଲଟି ସଂଯୋଜକମାନେ ପୁଷ୍ପଗୁଚ୍ଛ ଦେଇ ଶ୍ରୀ ପଟ୍ଟନାୟକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଫନି ବାତ୍ୟା ପରେ ପୁରୀ ଜିଲ୍ଲା ପାଇଁ ଗଠିତ ସ୍ବେଚ୍ଛାସେବୀ କର୍ମୀମାନେ ମଧ୍ୟ ସମ୍ବର୍ଦ୍ଧନା ଜଣାଇବା ସହ ୨୦୧୯ ନିର୍ବାଚନରେ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ ଦଳ ସଂଖ୍ୟାଧିକ ଆସନରେ ବିଜୟ ହାସଲ କରି ରାଜ୍ୟରେ ସରକାର ଗଢ଼ିଥିବାରୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏହି ଶୁଭେଚ୍ଛା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ବିଜେଡି ମୁଖପାତ୍ର ଅମର ପଟ୍ଟନାୟକ, ଯୁବ ବିଜେଡି ସଭାପତି ଅମରେଶ ପତ୍ରୀ, ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ଜେନା, ସମ୍ପାଦକ ମଳୟ ରଞ୍ଜନ ପତି, ଶୁଭ୍ରାଂଶୁ ମିଶ୍ର, ତାରିଣୀ ପ୍ରସାଦ ନାୟକ, ରଶ୍ମୀରଞ୍ଜନ ଦାସ, ଚିନ୍ମୟ ଦାଶ, ଦୀପକ ସାହୁ ଓ ସ୍ନେହାଶିଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/Untitled-21-2.jpg)