ବାରିପଦା : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ଆଧାର କରି ଭିଜିଲାନ୍ସ ଫାଶରେ ପଡ଼ିଲେ ଆଉଜଣେ ସରକାରୀ ବାବୁ। ଏଥର ଟାର୍ଗେଟ୍ ହୋଇଛନ୍ତି ମୟୂରଭଂଜ ଜିଲ୍ଲା ବାରିପଦା କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ହୃଦେଶ୍ବର ବେହେରା।
ଆଜି ଭିଜିଲାନ୍ସ ଟିମ୍ ଶ୍ରୀ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ସହ କପ୍ତିପଦା ବ୍ଲକ୍ର ନୁଦଡ଼ିହାସ୍ଥିତ ପୈତୃକ ବାସଭବନ, ଭୁବନେଶ୍ୱରରେ କିଣିଥିବା ଏକ ଫ୍ଲାଟ୍, ବାରିପଦା ପୌରପରିଷଦର ପ୍ରଫୁଲ୍ଲ ନଗରସ୍ଥିତ କୋଠା ଏବଂ ଢ଼ିପାସାହିସ୍ଥିତ ସମ୍ପର୍କୀୟଙ୍କ ଘର ତଥା ବାଙ୍ଗିରିପୋଷି ଚନ୍ଦନପୁରସ୍ଥିତ ଶ୍ୱଶୁର ଘର ଭଳି ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା। ତେବେ ଚଢ଼ଉ ବେଳେ ଭୁବନେଶ୍ୱରସ୍ଥିତ ୩ରୁ ୪ଟି ପ୍ଲଟର କାଗଜପତ୍ର, ବ୍ୟାଙ୍କ ଡିପୋଜିଟ୍, ଫିକ୍ସ ଡିିପୋଜିଟ୍, କାର, ଏକାଧିକ ବାଇକ୍ ଓ ସ୍କୁଟି, ସୁନା ଅଳଙ୍କାର, ଅନେକ ସ୍ଥାବର ଅସ୍ଥାବର ସମ୍ପତ୍ତି ବାବଦ କାଗଜପତ୍ର ଭିଜିଲାନ୍ସ ଟିମ୍ ହାତରେ ଲାଗିଛି।
ଖବର ଲେଖାଯିବା ପର୍ଯ୍ୟନ୍ତ ସଂପତ୍ତିର ଆକଳନ ଜାରି ରହିଥିବା ବେଳେ ପ୍ରାଥମିକ ଭାବେ ଶ୍ରୀ ବେହେରାଙ୍କ ବାରିପଦା ପ୍ରଫୁଲ୍ଲ ନଗରସ୍ଥିତ ଦୁଇତାଲା କୋଠା ଓ ଜମିର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)