ଭିଜିଲା‌ନ୍‌ସ ଜାଲରେ ସହକାରୀ ଆର୍‌ଆଇ

ନିମାପଡ଼ା : ନିମାପଡ଼ା ତହସିଲ ନହନ୍ତରା ସର୍କଲ୍‌ର ସହକାରୀ ଆର୍‌ଆଇ ଦିଲୀପ କୁମାର ଜେନା ଆଜି ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍‌ସ ହାତରେ ଧରାପଡ଼ିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ନହନ୍ତରା ଆର୍‌ଆଇ ସର୍କଲ ଅଧୀନସ୍ଥ ଉହାଙ୍ଗର ମନୋଜ କୁମାର ଭୋଇ ସରକାରୀ ରାସ୍ତାକୁ ମଡ଼ାଇ ଘର ନିର୍ମାଣ କରୁଥିଲେ। ଏ ନେଇ ଗ୍ରାମବାସୀ ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଥିଲେ। ତହସିଲାଦାର ଆର୍‌ଆଇଙ୍କ ମାଧ୍ୟମରେ ମାପଚୁପ କରିବା ପରେ ତୁରନ୍ତ ଘର ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ନହନ୍ତରା ସହକାରୀ ଆର୍‌ଆଇ ଦିଲୀପ କୁମାର ଜେନା ୫ ହଜାର ଟଙ୍କା ଦେଲେ ‌ବନ୍ଦ ଥିବା ଘର କାମ ପୁଣି ଆରମ୍ଭ ହେବ ବୋଲି ମନୋଜଙ୍କୁ କହିଥିଲେ। ମନୋଜ ଏ ସଂର୍ପକରେ ଭୁବନେଶ୍ବର ଭିଜିଲାନ୍‌ସ ବିଭାଗର ଦ୍ବାରସ୍ଥ ହୋଇଥିଲେ। ଏ ନେଇ ଭିଜିଲାନ୍‌ସ ପକ୍ଷରୁ ଏକ ମାମଲା ରୁଜୁ କରି ଶ୍ରୀ ଜେନାଙ୍କୁ ଜେଲ୍‌ ପଠାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର