କାଳିଆପାଣି: ସୁକିନ୍ଦା ଥାନା ବନ୍ଧଗାଁ ପଞ୍ଚାୟତ ଅଫିସ ସମ୍ମୁଖରେ ଗତକାଲି ମହାରାଷ୍ଟ୍ର ନାଗପୁର ଅଞ୍ଚଳର ଜ୍ୟୋତିଷ ମାନିଆ ବାବର(୪୮)ଙ୍କୁ ବନ୍ଧଗାଁର ଶାନ୍ତନୁ ବେହେରା(୪୨) ହତ୍ୟା କରିଥିଲା। ଏହି କାଣ୍ଡ ଭିଆଇବା ପରେ ଶାନ୍ତନୁ ବାଇକ୍ରେ ଥାନାରେ ପହଞ୍ଚି ଆତ୍ମ ସମର୍ପଣ କରିଥିଲା। ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରତ୍ୟକ୍ଷଦର୍ଶୀଙ୍କ ସାକ୍ଷ୍ୟ ଗ୍ରହଣ କରିବା ପରେ ହତ୍ୟାରେ ବ୍ୟବହୃତ ଏକ ରକ୍ତଲଗା ଫାଉଡ଼ା, ଏକ କଟୁରି ଓ ବାଇକ୍ ଜବତ କରିଛି।
ଆଜି ଅଭିଯୁକ୍ତକୁ କେସ୍ ନମ୍ବର ୧୭୦/୨୨ ଦଫା ୩୦୨ରେ କୋର୍ଟଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ପାରିବାରିକ କଳହକୁ ନେଇ ମାନସିକ ଅବସାଦରେ ଥିବା ଶାନ୍ତନୁକୁ ତା’ ସମସ୍ୟା ନେଇ ଜ୍ୟୋତିଷ ଜଣକ ଗୁଡ଼େଇତୁଡ଼େଇ ପଚାରିବାରୁ ହଠାତ୍ ଶାନ୍ତନୁ ରକ୍ତମୁଖା ହୋଇପଡ଼ିଥିଲା। କାନ୍ଧରେ ପକାଇଥିବା ଏକ ଫାଉଡ଼ା ବେଣ୍ଟରେ ଜ୍ୟୋତିଷଙ୍କ ମୁଣ୍ଡକୁ ଶକ୍ତ ପ୍ରହାର କରିଥିଲା। ସେ ତଳେ ପଡ଼ିଯିବା ପରେ ଶାନ୍ତନୁ ନିଜ ବାଇକ୍ ଡିକିରୁ ଏକ କଟୁରି ଆଣି ଜ୍ୟୋତିଷଙ୍କ ମୁଣ୍ଡ ଓ ବେକରେ ଏକାଧିକ ଚୋଟ ମାରିଥିବା ଥାନା ଅଧିକାରୀ କାବୁଲି ବାରିକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/jail-1.jpg)