ସମ୍ବଲପୁର : ପୂର୍ବ ବର୍ଷ ଗୁଡ଼ିକ ଭଳି ଚଳିତ ବର୍ଷ ମଧ୍ୟ ବର୍ଷା ଋତୁର ଯେ କୌଣସି ସମୟରେ ହୀରାକୁଦ ବନ୍ଧରୁ ବନ୍ୟାଜଳ ନିଷ୍କାସନ ହେବ। ତେଣୁ ସର୍ବଧାରଣ ମହାନଦୀ ଶଯ୍ୟାରେ ଚଳାଚଳ ଓ ଅନ୍ୟାନ୍ୟ ବ୍ୟବହାରବେଳେ ସତର୍କତା ଅବଲମ୍ବନ କରିବେ ବୋଲି ହୀରାକୁଦ ନଦୀବନ୍ଧ କର୍ତ୍ତୃପକ୍ଷ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।
ବନ୍ୟାଜଳ ନିଷ୍କାସନ ସମୟରେ ହୀରାକୁଦ ନଦୀବନ୍ଧ ବାମ ସ୍ପିଲ୍ୱେଠାରେ ସାଇରନ୍ ବଜାଇବାର ବ୍ୟବସ୍ଥା ରହିଛି। ହୀରାକୁଦର ଗେଟ୍ ଖୋଲି ବନ୍ୟା ଜଳ ନିଷ୍କାସନ ହେବାର ୨ ଘଣ୍ଟା ପୂର୍ବରୁ ଏହି ସାଇରନ୍ ୨ ମିନିଟ୍ ଅବିଛିନ୍ନ ଭାବେ ବାଜି ୨ଥର ୨୦ ସେକେଣ୍ଡ ଅନ୍ତରରେ ୩୦ ସେକେଣ୍ଡ ଧରି ବାଜିବ ଏବଂ ଏହାର ପୁନରାବୃତ୍ତି ହୋଇ ଅବିଛିନ୍ନ ଭାବରେ ବାଜି ଚାଲିବ। ଅନ୍ୟ ସାଇରନ୍ଠାରୁ ଏହି ସାଇରନ୍ ବାଜିବାର ଉପରୋକ୍ତ ଶୈଳୀ କାରଣରୁ ଭିନ୍ନ ହେବ ବୋଲି ହୀରାକୁଦ ମୁଖ୍ୟ କାର୍ଯ୍ୟ ଓ ଅତିରିକ୍ତ ସ୍ପିଲ୍ୱେ, ବୁର୍ଲାର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ପ୍ରେସ୍ ବିଜ୍ଞପ୍ତିରେ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/hirakud-dam-02.jpg)