ଅର୍ଥତତ୍ତ୍ବ ମୁଖ୍ୟ ପ୍ରଦୀପ ସେଠୀଙ୍କ ଜାମିନ ଶୁଣାଣି, କେସ୍ ଡାଏରି ଦାଖଲ ନିର୍ଦ୍ଦେଶ

କଟକ : ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ କୁମାର ସେଠୀଙ୍କ ୪ଟି ନିୟମିତ ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି କେସ୍ ଡାଏରି ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଗ୍ରୀଷ୍ମ ଅବକାଶ ପରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟର ଆଇନଜୀବୀ ସୁରେଶ ତ୍ରିପାଠୀ ମାମଲା ପରିଚାଳନା କରୁଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ୨୦୧୪‌ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସିବିଆଇ ଅର୍ଥତତ୍ତ୍ବ ଠକେଇ ଅଭିଯୋଗର ତଦନ୍ତ ଭାର ନେଇଥିଲା। ଅର୍ଥତତ୍ତ୍ବ ବିରୋଧରେ ଥିବା ସମସ୍ତ ମାମଲାକୁ ଏକତ୍ରିତ କରି ସିବିଆଇ ତଦନ୍ତ କରିବା କଥା। କିନ୍ତୁ ପରବର୍ତ୍ତୀ ସମୟରେ ଅର୍ଥତତ୍ତ୍ବ ବିରୋଧରେ ଥିବା କେତେକ ମାମଲାର ତଦନ୍ତ ରାଜ୍ୟ ପୁଲିସ୍ ଜାରି ରଖିଥିଲା। ବ୍ରହ୍ମପୁର ସ୍ବତନ୍ତ୍ର ଅଦାଲତରେ ୪ଟି ମାମଲାରେ ପ୍ରଦୀପଙ୍କ ଜାମିନ ଆବେଦନ ଖାରଜ ହେବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି।

ସମ୍ବନ୍ଧିତ ଖବର