ପୀଡ଼ିତା ଏସ୍‌ସିବିରେ, ଭିମ୍‌ସାର୍‌କୁ ରିପୋର୍ଟ ମାଗିଲେ ମନ୍ତ୍ରୀ

କଟକ: କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବାଙ୍କୀ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଦୁଷ୍କର୍ମ ପୀଡ଼ିତାଙ୍କ ଚିକିତ୍ସାକୁ ‌ନେଇ ପ୍ରଶ୍ନ ଉଠିଛି। ଆଜି ପର୍ଯ୍ୟନ୍ତ ତାଙ୍କ ଫରେନ୍‌ସିକ୍‌ (ଏଫ୍‌ଏମ୍‌ସି) ପରୀକ୍ଷା ହୋଇପାରିନି। ଏହାକୁ ନେଇ ମାନବାଧିକାର କର୍ମୀ ପ୍ରତାପ ମହାନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କୁ ଟୁଇଟ୍‌ ‌କରି ସୂଚନା ଦେଇଥିଲେ। ହେଲେ ଟୁଇଟ୍‌ ପଢ଼ିବା ପରେ ସ୍ବାସ୍ଥ୍ୟମନ୍ତ୍ରୀ ଏ ସମ୍ପର୍କରେ ଭିମସାର ଅଧୀକ୍ଷକଙ୍କୁ ୭୨ଘଣ୍ଟା ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ‌ପୀଡ଼ିତା ଏସ୍‌ସିବିରେ ଚିକିତ୍ସିତ ହେଉଥିବା ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଭିମସାର ଅଧୀକ୍ଷକଙ୍କୁ ରିପୋର୍ଟ ମାଗିବା ଘଟଣା ବି‌ଶେଷ କୌତୂହଳ ସୃଷ୍ଟି କରିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ବଢ଼ିଛି। ଅନ୍ୟପ‌କ୍ଷେ ପୀଡ଼ିତାଙ୍କୁ ଭେଟିବା ପାଇଁ ଯାଉଥିବା ମାନବାଧିକାର କର୍ମୀଙ୍କୁ ଏସ୍‌ସିବି କର୍ତ୍ତୃପକ୍ଷ ଜାଣିଶୁଣି ସାକ୍ଷାତ କରିବାକୁ ଦେଉ ନଥିବା ମାନବାଧିକାରୀ କର୍ମୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର