ଅତାବିରା: ଆଜି ସକାଳ ୬ଟାରୁ ୧୨ଟା ଯାଏଁ ବରଗଡ଼ ଜିଲ୍ଲାର ଅତାବିରା ବନ୍ଦ ପାଳନ କରାଯାଉଛି। ଥାନା ସମ୍ମୁଖରେ ଥିବା ଦୁର୍ଗା ମନ୍ଦିରରୁ ଚୋରି ଘଟଣାର ଦୁଇ ମାସ ବିତିଯାଇଥିଲେ ବି ଅଭିଯୁକ୍ତ ଧରା ନପଡ଼ିବା ଏବଂ ଚୋରି ସାମଗ୍ରୀ ନ ମିଳିବା ପ୍ରତିବାଦରେ ଦୁର୍ଗା ମନ୍ଦିର ପରିଚାଳନା କମିଟି ପକ୍ଷରୁ ଥାନା ଘେରାଉ କରାଯିବ।
ସୂଚନାଯୋଗ୍ୟ,ସମ୍ବଲପୁର ଜାତୀୟ ରାଜପଥକଡ଼ରେ ଥିବା ଦୁର୍ଗା ମନ୍ଦିରରେ ଗତ ସେପ୍ଟେମ୍ବର ୯ ତାରିଖ ରାତିରେଏକ ବଡ଼ ଧରଣର ଚୋରି ହୋଇଥିଲା।ଦୁର୍ଗାମନ୍ଦିରରେ ଦେବୀଙ୍କ ମକୁଟ, ମଥାମଣି, ୪ଟିଛତର ସମେତ ଦାନବାକ୍ସ ଫଟାଇ ଟଙ୍କା ଓ ଦେବୀଙ୍କ ସୁନାରୁପାର ଅଳଙ୍କାର ଚୋରି ହୋଇଥିଲା।
ଘଟଣା ଜଣାପଡ଼ିବା ପରେ ପୁଲିସ ଘଟଣାସ୍ଥଳକୁ ଆସି ତଦନ୍ତ କରିଥିଲା। ଏହି ଘଟଣାର ଦୁଇମାସ ବିତିଯାଇଥିଲେ ବି ପୁଲିସର ହାତ ଖାଲି। ଅଭିଯୁକ୍ତ ଧରା ନପଡ଼ିବା ଏବଂ ଚୋରି ସାମଗ୍ରୀ ନ ମିଳିବା ପ୍ରତିବାଦରେ ଦୁର୍ଗା ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/f1c6a52f-5667-4a3a-a439-f59fb9f1c39a.jpg)