ରାସ୍ତାକୁ ଓହ୍ଲାଇଲେ ଚାଷୀ, ଟୋକନ ବ୍ୟବସ୍ଥା ଉଚ୍ଛେଦ ଦାବିରେ ଅତାବିରା ବନ୍ଦ

ଅତାବିରା: ଟୋକନ ବ୍ୟବସ୍ଥା ଉଛେଦ ଦାବିରେ ଉଠୁଛି ପଡୁଛି ପଶ୍ଚିମ ଓଡିଶା । ଆଜି ବରଗଡ ଜିଲ୍ଲାର ଅତାବିରାରେ ବନ୍ଦ ଡାକରା ଦେଇଛନ୍ତି ଚାଷୀ । ଦୁଇ ଦିନ ସରକାରୀ କାର୍ଯ୍ୟାଳୟ ବନ୍ଦ କରିବା ପରେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି । ଫଳରେ ସରକାରୀ କାର୍ଯ୍ୟାଳୟ ଓ ଦୋକାନବଜାର ବନ୍ଦ ରହିଛି । ଟୋକନ ଉଛେଦ ଦାବିରେ ଗତ ତିନ ଦିନ ହେବ ଆନ୍ଦୋଳନ ଚଳାଇଛନ୍ତି ଚାଷୀ । ଟୋକନ ବ୍ୟବସ୍ଥାକୁ ନେଇ ସୃଷ୍ଟି ହୋଇଥିବା ଚାଷୀ ଉତ୍ତେଜନାକୁ ପ୍ରଶମିତ କରିବା ପାଇଁ ଗତକାଲି ଚାଷୀ ପ୍ରତିନିଧିଙ୍କ ସହ ବୈଠକ କରିଥିଲା ବରଗଡ ଜିଲ୍ଲା ପ୍ରଶାସନ । ହେଲେ ଆଲୋଚନା ବିଫଳ ହୋଇଥିଲା ।

ଏହାପରେ ଆନ୍ଦୋଳନ ଜାରି ରହିବ ବୋଲି କହିଥିଲେ ଚାଷୀ । ଟୋକନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଛେଦ କରାଯାଇ ପୂର୍ବ ବର୍ଷ ଭଳି ପି. ପାସ୍ ମାଧ୍ୟମରେ ଧାନ ସଂଗ୍ରହ କରାଯାଉ ବୋଲି ଦାବିରେ ଅଟଳ ରହିଛନ୍ତି ଚାଷୀ ।

ଟୋକନ ବ୍ୟବସ୍ଥା ଉଛେଦ ନହେଲେ ସରକାରଙ୍କୁ ଅସହଯୋଗ କରାଯିବା ସହ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଟୋକନ ବ୍ୟବସ୍ଥା ଦ୍ୱାରା ଚାଷୀ ଲାଭବାନ ହେବେ । ବୁଧବାର ଅର୍ଥାତ ଆଜିଠାରୁ ଧାନ କିଣା ଆରମ୍ଭ ହେବ । ଯେଉଁ ଧାନ ମାର୍କେଟୟାର୍ଡକୁ ପହଁଚି ସାରିଛି ସେସବୁକୁ ଅଗ୍ରାଧିକାର ଭିତ୍ତିରେ କିଣାଯିବ ।

ସମ୍ବନ୍ଧିତ ଖବର