ଭୁବନେଶ୍ୱର: ଶାସକ ଦଳ ବିଧାୟକ ଅତନୁ ସବ୍ୟସାଚୀ ନାୟକ ଏବଂ ଅରୁଣ ସାହୁଙ୍କୁ ସିବିଆଇ ନୋଟିସ୍ ହୋଇଥିବା ଜଣାପଡ଼ିଛି। ଜାତୀୟ ସମ୍ବାଦସରବରାହ ସଂସ୍ଥା ଏଏନ୍ଆଇ କରିଥିବା ଟୁଇଟରୁ ଏହା ଜଣାପଡ଼ିଛି।
CBI has sent notices for examination in an ongoing chit fund scam case to Biju Janta Dal leaders Arun Sahoo and Atanu Sabyasachi Nayak. pic.twitter.com/RsroTCqaDz
— ANI (@ANI) January 29, 2019
ସିବିଆଇ ତଦନ୍ତ କରୁଥିବା ଏକ ଚିଟ୍ଫଣ୍ଡ ମାମଲାରେ ଉଭୟଙ୍କୁ ନୋଟିସ୍ କରାଯାଇଥିବା ସୂଚନା ମିଳିଛି।
ସିବିଆଇ ନୋଟିସ୍ ନେଇ ବିଜୁ ଜନତା ଦଳ ପ୍ରତିକ୍ରିୟା ଦେଇଛି। ବିଜେଡ଼ି କହିଛି ନୋଟିସ୍ ବାବାଦରେ ଆମେ ଗଣମାଧ୍ୟମରୁ ଜାଣିବାକୁ ପାଇଲୁ। ସଂପୃକ୍ତ ନେତାମାନେ ବର୍ତ୍ତମାନ ସୁଦ୍ଧା ନୋଟିସ୍ ପାଇନାହାନ୍ତି। ବୋଧହୁଏ ମିଡିଆକୁ ପ୍ରଥମେ ନୋଟିସ ନେଇ ଖବର ଦିଆଯାଇଛି। ବୋଧହୁଏ ପରେ ସଂପୃକ୍ତ ନେତାଙ୍କ ଉଦ୍ଦେଶ୍ୟରେ ନୋଟିସ୍ ଆସିପାରେ। ଆଦର୍ଶ ଆଚରଣବିଧି ଲାଗୁ ହେବା ପାଇଁ ୩/୪ ସପ୍ତାହ ବାକି ଅଛି। ଏହା ପୂର୍ବରୁ ଏସବୁ ଘଟଣା ଆରମ୍ଭ ହୋଇଯାଇଛି। ସିବିଆଇର ବିଶ୍ୱସନୀୟତା ସମସ୍ତଙ୍କୁ ଜଣାଅଛି। ଘଟଣାର ରାଜନୀତିକରଣ ହେଉଛି।
ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଯେଉଁମାନଙ୍କୁ ସିବିଆଇ ନୋଟିସ ଦିଆଯାଇଛି ବୋଲି ଗଣମାଧ୍ୟମରେ କୁହାଯାଉଛି, ସଂପୃକ୍ତ ବ୍ୟକ୍ତିମାନଙ୍କ ନିକଟରେ ଏହି ନୋଟିସ ପହଂଚି ନାହିଁ। ଗଣମାଧ୍ୟମ ନିକଟରେ ନୋଟିସ ପହଂଚିଛି ବୋଲି ଚର୍ଚ୍ଚା ହେଉଥିବା ବେଳେ ବ୍ୟକ୍ତିବିଶେଷଙ୍କ ନିକଟରେ ନୋଟିସ ପହଂଚି ନାହିଁ ବୋଲି ସେ ସ୍ପଷ୍ଟ ଭାବରେ କହିଛନ୍ତି।