କେନ୍ଦ୍ରାପଡ଼ା, ୩/୯(ଇମିସ): ସ୍ବପ୍ନ ଦେଖାଇ କିଭଳି ଲୋକଙ୍କୁ ଠକି ହୁଏ, ତାହାର ଉଦାହରଣ ହେଉଛି ମହାକାଳପଡ଼ାର ଅଳାଇଲୋ ଥର୍ମାଲ୍ ପାଵାର୍ ପ୍ଲାଣ୍ଟ୍ ପ୍ରକଳ୍ପ। ଶିଳ୍ପଶୂନ୍ୟ କେନ୍ଦ୍ରାପଡ଼ା ଜିଲ୍ଲାକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ୨୦୧୧ମସିହାରେ ଏହି ମେଗା ପ୍ରକଳ୍ପ ଘୋଷଣା କରିଥିଲେ ରାଜ୍ୟ ସରକାର। ପାଟକୁରା ଛାଡ଼ି ମହାକାଳପଡ଼ାର ପ୍ରଥମ ବିଧାୟକ ହେଇଥିବା ଅତନୁ ସବ୍ୟସାଚୀ ନାୟକ ସେତେବେଳେ ଏହି ପ୍ରସ୍ତାବିତ ଶିଳ୍ପ ପ୍ରକଳ୍ପର ଶ୍ରେୟ ନେବା ସହିତ ନିର୍ବାଚନମଣ୍ତଳୀବାସୀଙ୍କୁ ଅନେକ ର˚ଗିନ ସ୍ବପ୍ନ ଦେଖାଇଥିଲେ। ୨୦୧୨ପଞ୍ଚାୟତ ନିର୍ବାଚନରେ ବି ଦଳକୁ ଏଥିପାଇଁ ସାରା ଜିଲ୍ଲାରେ ଭଲ ସଫଳତା ମିଳିଥିଲା। କିନ୍ତୁ ଇତିମଧୢରେ ୧୨ବର୍ଷ ବିତିଯାଇଥିଲେ ବି ପ୍ରକଳ୍ପର ଚିହ୍ନବର୍ଣ୍ଣ ନାହିଁ। ଘୋଷଣାରେ ଅଟକି ଯାଇଛି ପ୍ରସ୍ତାବିତ ଏହି ଶିଳ୍ପ ପ୍ରକଳ୍ପ। ସବୁଠୁ ରୋଚକ କଥା ହେଉଛି, ଅତୀତରେ ଏହି ଶିଳ୍ପ ଘୋଷଣାର ଶ୍ରେୟ ନେଇଥିବା ବିଧାୟକ ଅତନୁ ବି ଆଉ ପଦୁଟିଏ ପ୍ରକଳ୍ପ ବାବଦରେ କହୁ ନାହାନ୍ତି। ଭାଟେଣୀ, ଆଖଡ଼ାଶାଳୀ କ୍ରିକ୍ ଜଳସେଚନ ପ୍ରକଳ୍ପ ପରି ମହାକାଳପଡ଼ାରେ ଏହି ପ୍ରକଳ୍ପର ବି ଏକପ୍ରକାର ଅପମୃତ୍ୟୁ ହୋଇସାରିଛି। ଶିଳ୍ପ ସ୍ଥାପନ ନାଁରେ ଲୋକଙ୍କୁ ଠକି କିଭଳି ଭୋଟ୍ ହାସଲ କରିହୁଏ; ଥର୍ମାଲ୍ ପାଵାର୍ ପ୍ଳାଣ୍ଟ୍ ପ୍ରକଳ୍ପ ତାହାର ଗୋଟିଏ ନଗ୍ନ ନମୁନା।
ଘୋଷଣାରେ ରହିଗଲା ମେଗା ଥର୍ମାଲ୍ ପାଵାର୍ ପ୍ଲାଣ୍ଟ୍ ପ୍ରକଳ୍ପ
କେନ୍ଦ୍ରାପଡ଼ାକୁ ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ କର୍ମସ୍ଥଳୀ କୁହାଯାଏ। ତାଙ୍କ ନାମରେ ତିଆରି ହୋଇଥିବା ବିଜୁ ଜନତା ଦଳ ଗଲା ୨୩ବର୍ଷ ହେବ ରାଜ୍ୟରେ ଶାସନ କରୁଛି। କେନ୍ଦ୍ରାପଡ଼ାବାସୀ ବି କେବେ ବିଜେଡିକୁ ଭୋଟ ଦେବାରେ କାର୍ପଣ୍ୟ କରି ନାହାନ୍ତି। ଅଣକ˚ଗ୍ରେସ ରାଜନୀତିର ଗଡ଼ କୁହାଯାଉଥିବା କେନ୍ଦ୍ରାପଡ଼ାରେ ବିଜେଡିର ଲମ୍ବା ଶାସନ କାଳ ପରେ ବି ଗୋଟିଏ ଶିଳ୍ପ ପ୍ରତିଷ୍ଠା ସମ୍ଭବ ହୋଇ ପାରିଲା ନାହିଁ। ଏ କଥା ନୁହେଁ ଯେ ସରକାର କେନ୍ଦ୍ରାପଡ଼ାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଘୋଷଣା କରିନାହାନ୍ତି। ଅତୀତରେ ଯେତେସବୁ ଶିଳ୍ପ ପ୍ରକଳ୍ପ ଘୋଷଣା ହୋଇଛି, ତାହା କେବଳ କାଗଜକଲମରେ ହିଁ ସୀମିତ ହୋଇ ରହିଯାଇଛି। ହାଣ୍ତିରୁ ଗୋଟିଏ ଭାତ ଚିପିବା ନ୍ୟାୟରେ ଥର୍ମାଲ୍ ପାଵାର୍ ପ୍ଲାଣ୍ଟ୍ ପ୍ରକଳ୍ପକୁ ଉଦାହରଣ ଭାବେ ନିଆଯାଉ। ମୋଟ୍ ୧୩୨୦ ମେଗାଵାଟ୍ ବିଶିଷ୍ଟ ଏହି ମେଗା ଶିଳ୍ପ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ‘ଏସ୍ପିଏଲ୍ ପୋର୍ଟସ ପ୍ରାଇଭେଟ୍ ଲିମିଟେଡ୍ ନାମକ କ˚ପାନି ସହିତ ୨୦୧୧, ଜାନୁଆରି ପ୍ରଥମ ସପ୍ତାହରେ ରାଜ୍ୟ ସରକାର ବୁଝାମଣାପତ୍ର ସ୍ବାକ୍ଷର କରିଥିଲେ। ଏ ବାବଦକୁ ମୋଟ ୬ହଜାର ୬୦୯କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ବ୍ୟୟ ଅଟକଳ ଧାର୍ଯ୍ୟ କରାଯିବା ସହିତ ମହାକାଳପଡ଼ା ବ୍ଲକ୍ର ଅଳାଇଲୋ-ଓଳିହୋ ପାଟରେ ଥିବା ପାଖାପାଖି ୧୦ହଜାର ଏକର ଜମି ଉପରେ ପ୍ରସ୍ତାବିତ ଶିଳ୍ପ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ହେଲା।
ଜମି ଚିହ୍ନଟ ସହିତ ମାଟି ପରୀକ୍ଷା ବି ହେଲା। ଏପରିକି ସେହି ଅ˚ଚଳର ଘରୋଇ ଜମି କିଣାବିକା ଉପରେ ସେହି ସମୟରେ କଟକଣା ଲଗାଇ ଦିଆଯାଇଥିଲା। ଯୋଜନା ଥିଲା ପ୍ରସ୍ତାବିତ ପ୍ରକଳ୍ପ ଜରିଆରେ ମା˚ଗାନିଜ୍ ଉତ୍ପାଦନ ସହିତ ସୌର ଶକ୍ତି ଏବ˚ ସମୁଦ୍ର ଲୁଣି ପାଣିକୁ ବିଶୋଧିତ କରାଯାଇ ମଧୁର ଜଳ ଜନସାଧାରଣଙ୍କୁ ପ୍ରଦାନ କରାଯିବ। ହଜାର ହଜାର ଲୋକ ନିଯୁକ୍ତି ସୁଯୋଗ ପାଇବେ ଏବ˚ ମହାକାଳପଡ଼ା ସମେତ ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲାବାସୀଙ୍କ ଆର୍ଥିକ ଅଭିବୃଦ୍ଧି ଘଟିବ। କିନ୍ତୁ କୁଆଡେ଼ ଗଲା ଏହି ବହୁ ପ୍ରତୀକ୍ଷିତ ପ୍ରକଳ୍ପ? ଆଜିର ବାସ୍ତବତା ହେଉଛି ଘୋଷଣାର ୧୨ବର୍ଷ ପରେ ବି ପ୍ରକଳ୍ପର ଶିଳାନ୍ୟାସ ହୋଇପାରିଲା ନାହିଁ। ଯେତେବେଳେ ଏହି ପ୍ରକଳ୍ପ ଘୋଷଣା କରାଯାଇଥିଲା, ସେତେବେଳେ ଅତନୁ ପ୍ରଥମଥର ମହାକଳପଡ଼ାର ବିଧାୟକ ଥିଲେ। ଏହା ପୂର୍ବରୁ ସେ ପାଟକୁରା ବିଧାୟକ ଥିଲେ। ସ୍ବାଭାବିକ ଭାବେ ମହାକାଳପଡ଼ାରୁ ବିଧାୟକ ହେବାର ମାତ୍ର ଦୁଇ ବର୍ଷ ଭିତରେ ଏହି ପ୍ରକଳ୍ପ ଘୋଷଣା ଜିଲ୍ଲା ରାଜନୀତିରେ ତାଙ୍କ ପ୍ରଭାବ ଆଉ ପତିଆରାକୁ ଯଥେଷ୍ଟ ବୃଦ୍ଧି କରିବାରେ ସହାୟକ ହୋଇଥିଲା। ନିଜେ ଅତନୁ ବି ଏହି ପ୍ରକଳ୍ପର ଶ୍ରେୟ ନେବାରେ କୌଣସି ସୁଯୋଗ ହାତଛଡ଼ା କରି ନଥିଲେ। ଚିର ଅବହେଳିତ ମହାକାଳପଡ଼ାବାସୀଙ୍କ ପାଇଁ ଏହି ଶିଳ୍ପ ବରଦାନ ସଦୃଶ ହେବ ବୋଲି କୁହାଯାଇଥିଲା। ଇତିମଧୢରେ କ୍ରମାଗତ ତିନି ଥର ମହାକାଳପଡ଼ା ଆସନରୁ ଜିତି ସାରିଲେଣି ଅତନୁ। କିନ୍ତୁ ପ୍ରସ୍ତାବିତ ପ୍ରକଳ୍ପ ଘୋଷଣାରୁ ଆଗକୁ ବଢ଼ି ପାରି ନାହିଁ। ଏହି ଶିଳ୍ପ ଘୋଷଣା ଯେ କେବଳ ଲୋକଙ୍କୁ ଚକ୍ମା ଦେଖାଇ ନେତାଙ୍କ ଭାବମୂର୍ତ୍ତି ବଢ଼ାଇବା ପାଇଁ ଉର୍ଦ୍ଦିଷ୍ଟ ଥିଲା; ଏ କଥା ଆଉ ବୁଝିବାକୁ ବାକି ନାହିଁ।