ଅତନୁଙ୍କ ରାଲିକୁ ମିଳିଲାନି ଅନୁମତି

ପାରଳାଖେମୁଣ୍ତି : ଗୁରୁବାର ବିଜେଡି ଗଜପତି ଜିଲ୍ଲା ସା˚ଗଠନିକ ପର୍ଯ୍ୟବେକ୍ଷକ ଥିବା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଗଜପତି ଜିଲ୍ଲା ଗସ୍ତରେ ଆସିଥିଲେ। ପୂର୍ବ ପ୍ରସ୍ତୁତି ଅନୁସାରେ ତାଙ୍କର ସ୍ବାଗତ ପାଇଁ ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଏବ˚ ବିଭିନ୍ନ ବ୍ଲକ୍‌ରେ ବୈଠକ ପାଇଁ ବିଜୁ ଜନତା ଦଳର ଜିଲ୍ଲା ସ˚ଗଠନ ତରଫରୁ ବଡ଼ ଧରଣର ପ୍ରସ୍ତୁତି କର ଯାଇଥିଲା। ରାୟଗଡ଼ା-ଗଜପତି ଜିଲ୍ଲା ସୀମାନ୍ତରୁ ତାଙ୍କୁ ଏକ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ସହ ବିଶାଳ ବାଇକ୍‌ ରାଲିର ଆୟୋଜନ ମଧ୍ୟ କରା ଯାଇଥିଲା। ତେବେ କୋଭିଡ୍‌ କଟକଣା ଦୃଷ୍ଟିରୁ ଶେଷ ମୁହୂର୍ତ୍ତରେ ଏହି ସମସ୍ତ କାର୍ଯ୍ୟକ୍ରମ ଓ ଶୋଭଯାତ୍ରାକୁ ଗଜପତି ଜିଲ୍ଲା ପ୍ରଶାସନ ଅନୁମତି ଦେଇନଥିଲା। ଏପରିକି ବ୍ଲକ୍‌ସ୍ତରୀୟ ବୈଠକରେ ଆୟୋଜନ କରାଯିବାକୁ ଥିବା କର୍ମୀ ସମାବେଶକୁ ମଧ୍ୟ ପ୍ରଶାସନ ବନ୍ଦ ନିର୍ଦ୍ଦେଶ ଦେବା ସହ ସ୍ଥାନୀୟ ବିଡିଓ ଓ ପୁଲିସ ମାଧ୍ୟମରେ ଏହାକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଫଳରେ ଦଳୀୟ ଶିବିରରେ ଅତନୁଙ୍କ ପାରଳା ଗସ୍ତ ଏକ ପ୍ରକାର ଫିକା ପଡ଼ି ଯାଇଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର