ଆଠଗଡ଼: ଆଠଗଡ଼ରେ ଆଜି ୧୨ ଘଣ୍ଟିଆ ବନ୍ଦ ଶାନ୍ତି ଶୃଙ୍ଖଳା ସହ ଜାରି ରହିଛି। କଟକ ଜିଲ୍ଲାର ଆଠଗଡ଼ ତହସିଲ ଅନ୍ତର୍ଗତ ୭୧ ଗ୍ରାମ ସିଡିଏରେ ମିଶ୍ରଣ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ଖବର ପ୍ରଚାରିତ ହେବା ପରେ ଆଠଗଡ଼ରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି। ଆଠଗଡ଼ ସୁରକ୍ଷା ମଞ୍ଚ ପକ୍ଷରୁ ବନ୍ଦ ଆହ୍ୱାନ ଦିଆଯାଇଥିଲା।
ଆଠଗଡ଼ ସହରର ବିଭିନ୍ନ ଦୋକାନ ବଜାର ବନ୍ଦ ରହିବା ସହ ଗାଡ଼ି ଚଳାଚଳ ବନ୍ଦ ରହିଥିଲା। ସୁରକ୍ଷା ମଞ୍ଚ ପକ୍ଷରୁ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ସମ୍ମୁଖରେ ପିକେଟିଂ କରାଯିବା ପରେ ସମସ୍ତ ଅନୁଷ୍ଠାନ ବନ୍ଦ ରହିଥିଲା। ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଏହି ବନ୍ଦ ଆହ୍ଵାନ ଦିଆଯାଇଥିଲା। ମଞ୍ଚ ପକ୍ଷରୁ ପ୍ରତିବାଦ ସଭା କରାଯାଇ ତୁରନ୍ତ ବିଜ୍ଞପ୍ତି ରଦ୍ଦ କରାଯିବା ପାଇଁ ଦାବି କରାଯାଇଥିଲା। ସେହିପରି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ନିରବତା ଉପରେ ମଞ୍ଚ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା।
/sambad/media/post_attachments/wp-content/uploads/2022/04/698edec4-fdd4-48ae-9c8a-4ea63ba355e8.jpg)
ବନ୍ଦକୁ ଆଖି ଆଗରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ଛକ ସ୍ଥାନରେ ପୁଲିସ ସୁରକ୍ଷା ଦିଆଯାଇଥିଲା। ଆଜିର ବନ୍ଦ ପାଇଁ ଜଣେ ଡିଏସପି , ୩ ଜଣ ଇନସପେକ୍ଟର ଓ ୧୫ ଜଣ ଅଫିସରଙ୍କ ସମେତ ୪ ପ୍ଲାଟୁନ ଫୋର୍ସ ମୃତୟନ ରହିଥିବା ନେଇ ଆଠଗଡ଼ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ବିଶି ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/ac81593b-6751-4469-93b1-ce1559b004cc.jpg)