ସମ୍ବଲପୁର : ଏଟିଏମ୍‌ କାର୍ଡ ହଜି ଯିବାରୁ ଜଣେ ଯୁବକ ୪୩ ହଜାର ଟଙ୍କା ହରାଇଛନ୍ତି। ଅନୁପମ ହୋତା ନାମକ ଯୁବକ ଜଣକ ଗତବର୍ଷ ନଭେମ୍ବର ୯ ତାରିଖ ଦିନ ଟଙ୍କା ଉଠାଇବା ପାଇଁ ଚର୍ଚ୍ଚ ଛକ ନିକଟରେ ଥିବା ଏକ ଏଟିଏମ୍‌କୁ ଯାଇଥିଲେ। ସେଠାରେ ତାଙ୍କର କାର୍ଡଟି ହଜିଯାଇଥିଲା। ପରେ କାର୍ଡ ବ୍ଲକ କରିବା ପାଇଁ ସେ ବ୍ୟାଙ୍କ୍‌ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ବୋଲି କହିଛନ୍ତି।

Advertisment

ଗତ ସପ୍ତାହରେ ଆକାଉଣ୍ଟ ଯାଞ୍ଚ କରିବାରୁ ୪୩,୨୫୭ ଟଙ୍କା କଟି ଯାଇଥିବା ସେ ଜାଣିବାକୁ ପାଇଥିଲେ। ଏହା ଜାଣିବା ପରେ ସେ ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କାର୍ଡ ବ୍ଲକ ହୋଇ ନଥିବାରୁ ତାଙ୍କ ଅଜାଣତରେ ଆକାଉଣ୍ଟରୁ ଟଙ୍କା କାଟି ନିଆଗଲା ବୋଲି ସେ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।