ବାଲେଶ୍ବରରେ ଲୁଟେରାଙ୍କ ଦୌରାତ୍ମ୍ୟ: ରାତିଅଧରେ ୨ ଏଟିଏମ୍‌ରେ କଳାକନା ବୁଲାଇଲେ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ସୋର ଥାନା ଅଞ୍ଚଳରେ ଗତ ବିଳମ୍ବିତ ରାତିରେ ଦୁଇଟି ଏଟିଏମ୍‌ରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ପାଖର ସ୍ଥିତ ହିଟାଚି ଏଟିଏମ୍‌କୁ ଭାଙ୍ଗି ସବୁ ଟଙ୍କା ଲୁଟି ନେବା ପରେ ବାଗୁଡ଼ିସ୍ଥିତ ଏକ୍ସିସ୍‌ ଏଟିଏମ୍‌କୁ ଲୁଟିବାକୁ ଯାଇଥିଲେ। ସେଠାରେ ଏଟିଏମ୍‌କୁ ଭାଙ୍ଗୁଥିବା ମୁମ୍ବାଇ ସ୍ଥିତ କଣ୍ଟ୍ରୋଲ ରୁମ୍‌ରୁ ସୋର ଥାନା ପୁଲିସକୁ ଏ‌ନେଇ ସୂଚନା ଆସୁଥିଲା। ପୁଲିସ ସେଠାକୁ ଆସୁଥିବା ଜାଣିପାରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଛୁ ମାରିଥିଲେ। ଫଳରେ ଏହି ଏଟିଏମ୍‌ରୁ ସେମାନେ ଟଙ୍କା ନେଇପାରିନାହାନ୍ତି।

ତେବେ ଆଜି ସକାଳେ ଦୁଇ ବ୍ୟାଙ୍କର କର୍ତ୍ତୃପକ୍ଷ ଏବଂ ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମାତ୍ର ହିଟାଚି ଏଟିଏମ୍‌‌ରୁ ସେମାନେ କେତେଟଙ୍କା ଲୁଟ୍‌ କରିଛନ୍ତି ସେନେଇ କିଛି ସୂଚନା ମିଳିପାରିନାହିଁ।
ସୂଚନାଥାଉକି, ଗତ ୨ ସପ୍ତାହ ମଧ୍ୟରେ ସୋର ଥାନା ଅଞ୍ଚଳରେ ଲୁଟ୍‌ ଏବଂ ଡକାୟତି ଘଟଣା ବଢ଼ିଚାଲିଛି। ପୁଲିସ ପ୍ରଶାସନର ନିଷ୍କ୍ରିୟତା ଯୋଗୁଁ ଏପରି ଘଟଣା ବଢ଼ି ବଢ଼ି ଚାଲିଥିବା ସ୍ଥାନୀୟବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର