ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ଆସିଥିବା ଗାଡିରୁ ୪୦ ଲକ୍ଷ ଲୁଟ

ଭୁବନେଶ୍ୱର: ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ଆସିଥିବା ଗାଡିରୁ ୪୦ ଲକ୍ଷ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ହେଲେ ସେ ଗାଡିର ଡ୍ରାଇଭର ଓ ତାର ଜଣେ ସହଯୋଗୀ । ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମଗୁଡିକରେ ଟଙ୍କା ଭର୍ତ୍ତି ପାଇଁ ରାଡିଏଂଟ କ୍ୟାସ ମ୍ୟାନେଜମେଂଟ ସଂସ୍ଥା ୨ କୋଟି ୫୦ ଲକ୍ଷ ଟଙ୍କା ନେଇଥିଲେ ।

ସୂଚନାଯୋଗ୍ୟ, ଅଶୋକନଗର ଏଟିଏମରେ ଟଙ୍କା ଭର୍ତ୍ତି ପାଇଁ ପହଞ୍ଚିଲାବେଳକୁ ଏହି ଟଙ୍କାରୁ ୮ଟି ବଣ୍ଡଲ ୪୦ ଲକ୍ଷ ଟଙ୍କା ଲୁଟ ହୋଇଥିବା ନଜରକୁ ଆସିଥିଲା । ଏନେଇ କ୍ୟାପିଟାଲ ଥାନାରେ ମାମଲା ରୁଜୁ କରାଯାଇଥିଲା ତଦନ୍ତ ପରେ ପୁଲିସ ଆଜି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି । ନକଲି ଚାବି ଜରିଆରେ ଏମାନେ ଏହି ଟଙ୍କା ଲୁଟ କରିଥିବା ଜଣାପଡିଛି । ୨ ଅଭିଯୁକ୍ତଙ୍କ ଠାରୁ ପୁଲିସ ୪୦ ଲକ୍ଷ ଟଙ୍କା ବି ଜବତ କରିଛି ।

ସମ୍ବନ୍ଧିତ ଖବର