ଏଟିଏମ୍‌ ମେସିନ୍‌ ତାଡ଼ିନେଲେ ଦୁର୍ବୃତ୍ତ

ଧର୍ମଶାଳା : ଟଙ୍କା ଲୁଟିବାକୁ ଆସି ଦୁର୍ବୃତ୍ତ ଏଟିଏମ୍‌ ମେସିନ୍‌କୁ ତାଡ଼ି ନେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଧର୍ମଶାଳା ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ନେଉଳପୁରଠାରେ। ଏଠାରେ ଥିବା ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଏଟିଏମ୍କୁ ଗତକାଲି ବିଳମ୍ବିତ ରାତିରେ କେତେକ ଦୁର୍ବୃତ୍ତ ତାଡ଼ି ନେଇଛନ୍ତି। ତେବେ ଏଟିଏମ୍‌ରେ ମାତ୍ର ୧୨ ହଜାର ୫ଶହ ଟଙ୍କା ଥିଲା ବୋଲି ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି। ଫଳରେ ଏକ ବଡ଼ଧରଣର ଲୁଟ୍‌ ଫସର ଫାଟିଯାଇଛି।

ଅଭିଯୋଗ ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ହେଁ ଲୁଟେରାଙ୍କ ସମ୍ପର୍କରେ କୌଣସି ଟେର ପାଇନାହିଁ।

ଅଭିଯୋଗ ମୁତାବକ, ଶନିବାର ରାତି ପ୍ରାୟ ଗୋଟାଏ ପରେ ଲୁଟେରାମାନେ ଏଟିଏମ୍ କାଉଣ୍ଟରର ସଟର ଭାଙ୍ଗି ମେସିନ୍ ତାଡି ନେଇଛନ୍ତି। ସମ୍ଭବତଃ କୌଣସି ଏକ ଗାଡିରେ ଟୋଚନ୍ ଲଗାଇ ଏଟିଏମକୁ ଓପାଡି ନେଇଛନ୍ତି। ଏହି ଏଟିଏମ୍ କାଉଣ୍ଟର ଜାତୀୟ ରାଜପଥ ପାର୍ଶ୍ବରେ ଥିବା ବେଳେ ପ୍ରତ୍ୟହ ସନ୍ଧ୍ୟା ୮ଟା ପରେ ବନ୍ଦ କରାଯାଇଥାଏ। ଏଥିସହ ସିସିଟିଭି ମଧ୍ୟ ବନ୍ଦ କରି ଦିଆଯାଇଥାଏ।

ଏହା ଏକ ନିଛାଟିଆ ସ୍ଥାନରେ ଥିବାରୁ ଡକାୟତମାନେ ସଟର ଭାଙ୍ଗି ଏଟିଏମ୍ ମେସିନ ଲୁଟି ନେବାରେ ସଫଳ ହୋଇଛନ୍ତି। ବ୍ୟାଙ୍କ୍ ପରିଚାଳକ ଏଥିରେ ୧୨ହଜାର ୫ଶହ ଟଙ୍କା ଥିବା ଗଣମାଧ୍ୟମ ଓ ପୁଲିସକୁ ସୂଚନା ଦେଇଥିଲେ। ଯାଜପୁର ପୁଲିସ୍‌ ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର