ଜୁନାଗଡ଼ : କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଏଟିଏମ୍ରୁ ଟଙ୍କା ଲୁଟ୍ ବେଳେ ଲୁଟେରା ଜୁନାଗଡ଼ ପୁଲିସ ହାତରେ ଧରା ପଡ଼ିଛି। ଗିରଫ ଲୁଟେରା ନିକଟରୁ ପୁଲିସ ଏକ ପଲ୍ସର୍ ବାଇକ୍, ନଗଦ ୭୬ହଜାର ୨ ଶହ ଟଙ୍କା, ୭ଟି ବିଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ, ୩ଟି ଏଟିଏମ୍ ଟଙ୍କା ଉଠାଣ ସ୍ଲିପ, ୨ଟି ମୋବାଇଲ ଫୋନ ଜବତ କରିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜଣେ ଲୁଟେରା ଜଣକ ଅନେକ ସମୟରେ ଗରିବ ଓ ନିରୀହ ଲୋକଙ୍କ ଏଟିଏମ୍ କାର୍ଡ ଓ ପିନ୍ ନଂମ୍ବର କୌଶଳ କ୍ରମେ ହାତେଇ ନେଉଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ଏଟିଏମ୍ରୁ ଟଙ୍କା ଉଠାଣ କରୁଥିଲା। ଏନେଇ ଥାନା କେସ୍ ନଂ ୩୦୭/୨୦୨୦ରେ ପୁଲିସ ଏକ ମାମଲା ରୁଜୁ କରି ଲୁଟେରାକୁ କୋର୍ଟ ଚାଲାଣ କରିଛି। ଏସ୍ପି ମନା କରିଥିବା ଦର୍ଶାଇ ଲୁଟେରାର ନାମ ପ୍ରକାଶ କରିବାକୁ ପୁଲିସ ମନା କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/atm-junagarh.jpg)