ଖଡ଼ିଆଳ: ୫୭ ଲକ୍ଷ ଟଙ୍କା ନେଇ ଫେରାର ହୋଇଗଲା ଏଟିଏମ ଗାଡି ଡ୍ରାଇଭର | ନୂଆପଡା ଜିଲ୍ଲା ଖଡ଼ିଆଳରେ ଆଜି ଏଭଳି ଘଟଣା ଘଟିଛି | ମିଳିଥିବା ସୂଚନା ମୁତାବକ ବ୍ୟାଙ୍କରୁ ଏଟିଏମରେ ଟଙ୍କା ଭରିବାକୁ ଦୁଇ ଜଣ କର୍ମଚାରୀ, ଜଣେ ସୁରକ୍ଷାକର୍ମୀ ଏବଂ ଗାଡି ଚାଳକ ଯାଇଥିଲେ। ଖଡ଼ିଆଳଠାରେ ଏଟିଏମରେ ଟଙ୍କା ଭରିବା ପାଇଁ ଦୁଇ କର୍ମଚାରୀ ଏଟିଏମ ଭିତରକୁ ଯାଇଥିବା ବେଳେ ସୁରକ୍ଷାକର୍ମୀ ନଥିବାର ସୁଯୋଗ ନେଇ ଗାଡି ଚାଳକ ବଳକା ଟଙ୍କା ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି |
ଏହି ଅଭିଯୋଗ ମିଳିବା ପରେ ଖଡ଼ିଆଳ ପୁଲିସ ତଦନ୍ତ ଆରମ୍ଭ କରି ଏଟିଏମ ଟଙ୍କା ଥିବା ଗାଡିକୁ ଭରୁଆକାନିଠାରେ ଜବତ କରିଛନ୍ତି। ବର୍ତ୍ତମାନ ଗାଡ଼ିରେ କେତେ ଟଙ୍କା ଅଛି ତାହା ତଦନ୍ତ ଚାଲୁଥିବା ଖଡ଼ିଆଳ ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ତେବେ ଆନୁମାନିକ ୫୭ ଲକ୍ଷ ଟଙ୍କା ନେଇ ଗାଡି ଚାଳକ ଫେରାର ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ଖଡ଼ିଆଳ ମୁଖ୍ୟ ବ୍ୟାଙ୍କ ମ୍ୟାନେଜର ଖଡ଼ିଆଳ ଥାନାରେ ଲିଖିତ ଅଭିଯୋଗ ଦେଇଥିବାବେଳେ ପୁଲିସ ପକ୍ଷରୁ ମୁଖ୍ୟ ସଡ଼କ, ଜାତୀୟ ରାଜପଥ ଏବଂ ରାଜ୍ୟ ରାଜପଥକୁ ସିଲ କରି ବ୍ୟାପକ ଯାଞ୍ଚ ଚାଲୁ ରହିଛି। ଖଡ଼ିଆଳ ପୁଲିସ ସହ ପଡୋଶୀ ବଲାଙ୍ଗୀରର ବଙ୍ଗୋମୁଣ୍ଡା ଏବଂ ତୁରେକେଲା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/3ce7adfa-5040-412d-8a5f-0a31fca48c8d.jpg)