ଯୁବକଙ୍କୁ ଛୁରା ମାଡ଼

ଯାଜପୁରଟାଉନ: ସାମାନ୍ୟ ଯୁକ୍ତିତର୍କକୁ ନେଇ ଯାଜପୁରଥାନା ଅଧୀନ ମୋଟରଙ୍ଗାପାଳ ଗ୍ରାମର ଲମ୍ବୋଦର ପରିଡ଼ା(୨୪)ଙ୍କୁ ଛୁରା ମାଡ଼ ହୋଇଛି। ସେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ ଯାଜପୁର ଜିଲ୍ଲା ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଥାନା ଅଧୀନ ପଣସା ପଞ୍ଚାୟତସ୍ଥ ମୋଟରଙ୍ଗାପାଳ ଗ୍ରାମର ଲମ୍ବୋଦର ପରିଡ଼ା ଓ ତାର ସାଙ୍ଗମାନେ ବୈତରଣୀ ନଦୀରେ ସ୍ନାନ କରୁଥିବା ବେଳେ ଅନ୍ୟ ଜଣେ ଯୁବ ଗୋଷ୍ଠୀଙ୍କ ସହିତ ତାଙ୍କର ଯୁକ୍ତତର୍କ ହୋଇଥିଲା। ତେଣୁ ଏହାକୁ କେନ୍ଦ୍ର କରି ବିନ୍ଧାଣ ଗ୍ରାମର କିଷାନ ପୃଷ୍ଟି ଏକ ଛୁରିରେ ଲମ୍ବୋଦର ପେଟକୁ ଆଘାତ କରିବାରୁ ଲମ୍ବୋଦର ଗୁରୁତର ଆହତ ହୋଇଥିଲେ। ଲମ୍ବୋଦରଙ୍କୁ ସ୍ଥାନୀୟ କେତେକ ଲୋକ ଓ ପରିବାରବର୍ଗ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ଲମ୍ବୋଦରକୁ କଟକ ବଡ଼ ମେଡ଼ିକାଲକୁ ପଠାଇ ଦିଆଯାଇଛି। ଲମ୍ବୋଦର ବାପା ବିଦ୍ୟାଧର ପରିଡ଼ା ଏନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତ। ଏହି ଗଣ୍ଡଗୋଳରେ କିଷାନ ପୃଷ୍ଟିଙ୍କ ସମେତ ମାନସ ସାହୁ ଓ ଅନ୍ୟ ଯୁବକମାନେ ସାମିଲ ବୋଲି ଅଭିଯୋଗରେ ଦର୍ଶାଇଛନ୍ତି। ଯାଜପୁର ଥାନାଧିକାରୀ ପ୍ରଶାନ୍ତ କୁମାର ମଲ୍ଲ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର