ବୌଦ୍ଧ: ବୌଦ୍ଧ ଥାନା ଅନ୍ତର୍ଗତ ବ୍ରାହ୍ମଣୀପାଲି ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ସାନ ଭାଇର ଛୁରୀ ମାଡ଼ରେ ବଡଭାଇ,ଭାଉଜ ଓ ପୁତୁରା ଆହତ। ବଡଭାଇ ସୁନୀଲ ବାରିକ(୪୫) ,ଭାଉଜ ନମିତା ବାରିକ(୩୬) ଓ ପୁତୁରା (୧୭) ଛୁରୀରେ ଆକ୍ରମଣ କରାଯାଇଛି। ସେମାନେ ବୌଦ୍ଧ ମୁଖ୍ୟ ଡାକ୍ତରଖାନାରେ ସେମାନେ ଚିକିତ୍ସିତ ହୋଇ ଘରକୁ ଫେରିଥିବା ଜଣାଯାଇଛି।

Advertisment

ଅଭିଯୋଗକାରୀଙ୍କ କହିବା ଅନୁସାରେ ଆଜି ସକାଳରେ ନମିତା ଘର କାମ କରୁଥିବା ବେଳେ ଯୁବକ ଜଣକ ପାଟିତୁଣ୍ଡ କରିଥିଲା ଓ ପରେ ଏକ ଇଟାରେ ପ୍ରଥମେ ଆକ୍ରମଣ କରିଥିଲା। ପୁଅ ଆସି ବାଧା ଦେବାରୁ ଏକ ଛୁରୀରେ ଥରୁଟିଏ ମାରିଥିଲା। ପରେ ଭାଉଜକୁ ଛୁରୀରେ ଥରୁଟିଏ ମାରିଥିଲା। ପାଟିତୁଣ୍ଡ ଶୁଣି ବଡ଼ ଭାଇ ସୁନୀଲ ଘଟଣାସ୍ଥଳକୁ ଆସିବାରୁ ତାଙ୍କୁ ଦୁଇ ଥର ଛୁରୀ ମାରିଥିଲା। ସମସ୍ତେ ସାମାନ୍ୟ ଆହତ ହୋଇଥିଲେ। ଏହି କାଣ୍ଡ ଘଟାଇବା ପରେ ଯୁବକ ଜଣକ ଫେରାର ହୋଇଯାଇଥିଲା।

publive-image

ଏହି ଘଟଣାକୁ ନେଇ ପୁଲିସ ଠାରେ ଲିଖିତ ଅଭିଯୋଗ ହୋଇ ନାହିଁ। ତେବେ ଘଟଣାର ତଦନ୍ତ କରିବାକୁ ବଘିଆପଡ଼ା ଫାଣ୍ଡି ଅଧିକାରୀଙ୍କୁ କୁହାଯାଇଛି ବୋଲି ବୌଦ୍ଧ ଆଦର୍ଶ ଥାନାଧିକାରୀ ତପସ୍ୱିନୀ କହଁର କହିଛନ୍ତି।