ବାଲେଶ୍ବର: ବାଲେଶ୍ୱର ସହର ଟାଉନ ଥାନା ଅନ୍ତର୍ଗତ ଜେଲରୋଡ ଗଳିରେ ଥିବା ପ୍ରଜାପତି ବ୍ରହ୍ମାକୁମାରୀ ଆଶ୍ରମରେ ଆଜି ସକାଳେ ଲୁଟେରା ଆତଙ୍କ ରଚିଛନ୍ତି। ଜଣେ ମହିଳାଙ୍କ ବେକରୁ ସୁନାଚେନ ଝାମ୍ପିନେଇ ପଳାଇ ଯାଉଥିବା ସମୟରେ ଆଶ୍ରମର ଜଣେ ସଦସ୍ୟ ଗୋଟିଏ ଲୁଟେରାଙ୍କୁ କାବୁ କରି ଛୁରାମାଡ଼ର ଶିକାର ହୋଇଛନ୍ତି। ପ୍ରଥମେ ତାଙ୍କୁ ବାଲେଶ୍ୱର ବଡ଼ ଡାକ୍ତରଖାନା ଓ ପରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2021/03/bls1.jpg)
ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ୫ଟାରେ ଏହି ଆତଙ୍କ ରଚିଥିଲେ ଲୁଟେରା। ଗୁରୁତର ଯୁବକଜଣକ ହେଲେ ବ୍ରହ୍ମାକୁମାରୀ ଆଶ୍ରମର ସଦସ୍ୟ ସିଦ୍ଧେଶ୍ବର ଗାହାଣ(୩୬)। ସକାଳେ ସେ ଆଶ୍ରମର ପ୍ରାର୍ଥନାଗୃହରେ ଥିବାବେଳେ ଅନ୍ୟଘରକୁ ୩ଜଣ ଯୁବକ ପଶିଥିଲେ। ଜଣେ ମହିଳାଙ୍କ ବେକରୁ ସୁନାଚେନ ଛିଡ଼ାଇ ଚମ୍ପଟ ମାରୁଥିବା ବେଳେ ମହିଳାଜଣକ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ସିଦ୍ଧେଶ୍ବର ଦୌଡ଼ି ଆସି ୩ ଲୁଟେରାଙ୍କ ମଧ୍ୟରୁ ଜଣଙ୍କୁ କାବୁ କରିନେଇଥିବା ବେଳେ ଲୁଟେରାଜଣକ ତାଙ୍କ ପେଟରେ ଛୁରୀ ଭୁସି ଦେଇଥିଲା। ଅନ୍ୟ ଦୁଇ ଲୁଟେରା ମାରଣାସ୍ତ୍ର ଦେଖାଇ ଖସି ପଳାଇ ଥିଲେ। ଏହାପରେ ଗୁରୁତର ଅବସ୍ଥାରେ ସିଦ୍ଧେଶ୍ବରଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେଠାରୁ ସ୍ଥାନୀୟଲୋକ ଲୁଟେରାକୁ କାବୁ କରିବା ସହ ଗ୍ରୀଲରେ ବାନ୍ଧି ପୁଲିସକୁ ଖବର ଦେଇଥିଲେ। ପିସିଆର ଭ୍ୟାନ ପହଞ୍ଚି ଲୁଟେରାକୁ ଧରିବା ସହ ଛୁରିକୁ ଜବତ କରିଥିଲେ। ଅଟକ ଲୁଟେରାର ଘର ବାଲୁବଜାର ଓ ତାର ନାଁ ପ୍ରକାଶ କରାଯାଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/03/bls-2.jpg)