କେନ୍ଦୁଝର: କେନ୍ଦୁଝର ସହର ନିକଟବର୍ତ୍ତୀ ନରଣପୁର ହାଇସ୍କୁଲ ପାଖରେ ଭାଲୁ ଆକ୍ରମଣରେ ତିନି ଜଣ ଗୁରୁତର ହୋଇଛନ୍ତି।
ସୂଚନା ଅନୁସାରେ, ଗତକାଲି ରାତିରେ ଏକ ଭାଲୁ କୋଳି ଖାଇବାକୁ ନରଣପୁର ହାଇସ୍କୁଲ ପରିସରକୁ ପଶି ଆସିଥିଲା। ତେବେ ରାତିରେ କୋଳି ଖାଇବା ପରେ ଭାଲୁଟି ଆଉ ଯାଇ ପାରି ନଥିଲା।

Advertisment

ଆଜି ସକାଳେ ଲୋକେ ଏହାକୁ ଦେଖି ଘଉଡ଼ାଇବା ବେଳେ ଭାଲୁଟି ସେଠାରେ ଉପସ୍ଥିତ ଥିବା ଲୋକଙ୍କ ଉପରକୁ ଝାମ୍ପି ପଡ଼ିଥିଲା। ଫଳରେ ନରଣପୁରର ଭାଗବତ ସାହୁ(୪୮), ମାୟାଧର ବେହେରା(୫୦) ଏବଂ ବସନ୍ତ କୁମାର କର(୫୭) ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।