ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ସମୟରେ ଆଜି ସନ୍ଧ୍ୟାରେ ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ହୋଇଛି। ନିକ୍ତିମାଳରେ ନିର୍ବାଚନ ପ୍ରଚାର ବେଳେ ଅଣ୍ଡା ଓ ଟେକାପଥର ମାଡ଼ ହୋଇଥିବା ସୂଚନା ମିଳିଛି। ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ଗାଡ଼ିକୁ ଅଣ୍ଡା ଓ ଟେକାପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏନେଇ କୁସୁମ ଟେଟେ ଲଇକେରା ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି।
/sambad/media/post_attachments/wp-content/uploads/2023/05/e64caa0f-bd44-495d-a8ba-e1706f3b4b11.jpg)
ସୂଚନା ଅନୁସାରେ ଆଜି ସନ୍ଧ୍ୟାରେ ନିକ୍ତିମାଲ ପଞ୍ଚାୟତର ନିକ୍ତିମାଲ ଗ୍ରାମରେ ବିଜେପିର କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ ବିଜେଡି କର୍ମୀମାନେ ଘଟଣାସ୍ଥଳରେ ପହଞ୍ଚି ‘ଘରେ ଘରେ ଶଙ୍ଖ, ଫେରିଯାଅ ଟଙ୍କ’ ନାରା ଦେଇ ପଥର ଓ ଅଣ୍ଡା ମାଡ଼ କରିଥିଲେ। ଯେଉଁଥିରେ ଜଣେ ବିଜେପି କର୍ମୀ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି। ବାହାରୁ ଗୁଣ୍ଡା ଆଣି ଏଭଳି କାଣ୍ଡ ଭିଆଯାଉଥିବା ବିଧାୟିକା ଟେଟେ କହିଛନ୍ତି। କେବଳ ସେତିକି ନୁହେଁ ବରଂ ସେମାନେ ନିଜକୁ ଅସୁରକ୍ଷିତ ମନେ କରୁଥିବା ଅଭିଯୋଗ କରି ପୁଲିସ୍ର ସୁରକ୍ଷା ମାଗିଛନ୍ତି। ଏହି ସମୟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଓ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/tete.jpg)