ଭୁବନେଶ୍ବର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି)ର ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ କିଛି ଅଜ୍ଞାତ ବ୍ୟକ୍ତି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଓଏଏସ୍ ଆସୋସିଏସନ ପକ୍ଷରୁ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି।  ସଂଘ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ସହ ସଠିକ ତଦନ୍ତ ଦାବି କରାଯାଇଛି। ଦରକାର ହେଲେ କାର୍ଯ୍ୟବନ୍ଦ କରିବୁ ବୋଲି ଚେତାବନୀ ଦେଇଛି ସଂଘ ।

Advertisment

ସୋମବାର ଭୁବନେଶ୍ୱର ଓଏଏସ୍ ଭବନଠାରେ ଅଧିକାରୀ ମାନେ ମିଳିତ ହୋଇ ବିଏମସି ଅଫିସରେ ଘଟିଥିବା ଘଟଣାକୁ ନିନ୍ଦା କରିବା ସହ ସମସ୍ତେ ମ୍ରିୟମାଣ ଥିବା କହିଛନ୍ତି ଓଏଏସ୍ ଅଧିକାରୀ । ଆମେ ଚିନ୍ତା କରୁଛୁ କାଲିଠାରୁ କଣ କରିବୁ । ପ୍ରତ୍ୟେକ କ୍ରାଇମର କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ।

ଏହି ଘଟଣା ଏକ ଜଘନ୍ୟ ଅପରାଧ । ଯେଉଁମାନେ ଏ ଘଟଣା ଘଟାଇଛନ୍ତି ବା ପ୍ରରୋଚନା ଦେଇଛନ୍ତି ସେମାନେ ସମସ୍ତେ ଆରେଷ୍ଟ ହେବା ଦରକାର । ଆଟେମ୍ପ୍ଟ ଟୁ ମର୍ଡର ଦଫା ଲାଗିବା ଆବଶ୍ୟକ । ଏହା ସହ ଅନ୍ୟାନ୍ୟ ସଠିକ ଦଫା ଲାଗୁ ବୋଲି ଆଶା କରୁଥିବା ନେଇ କହିଛନ୍ତି ଓଏଏସ୍ ଅଫିସର ।

ଘଟଣାର ପୁନରାବୃତ୍ତି ନହେବା ଦରକାର କ୍ୟାଡର ଅଫିସର ମାନେ ବର୍ତ୍ତମାନ ଭୟଭୀତ ଅଛନ୍ତି ।  ଆସୋସିଏସନ ପକ୍ଷରୁ ଆନ୍ଦୋଳନ କରିବୁ ଓ ଦରକାର ହେଲେ କାର୍ଯ୍ୟ ବନ୍ଦ କରିବୁ ବୋଲି କହିଛନ୍ତି ଆସୋସିଏସନ ସଭାପତି ଓ ସମ୍ପାଦକ ଜ୍ୟୋତିରଞ୍ଜନ ମିଶ୍ର କହିଛନ୍ତି।