ପିଲାଚୋର ସନ୍ଦେହରେ ଭିନ୍ନକ୍ଷମଙ୍କୁ ମାଡ଼

ହରିଚନ୍ଦନପୁର : ପିଲାଚୋର ସନ୍ଦେହରେ ବିରାମ ଲାଗୁନି। ପୁଲିସର ସଚେତନତା ଅଭିଯାନ ସତ୍ତ୍ୱେ ଜଣେ ପରେ ଜଣେ ନିରୀହ ବ୍ୟକ୍ତି ମାଡ଼ ଖାଇଚାଲିଛନ୍ତି। ଆଜି ଜଣେ ଭିନ୍ନକ୍ଷମଙ୍କୁ ନିସ୍ତୁକ ମାଡ଼ ଦିଆଯାଇଛିି। ଏଭଳି ଅଭାବନୀୟ ଓ ଦୁଃଖଦ ଘଟଣା ଘଟିଛି ହରିଚନ୍ଦନପୁର ଥାନା ବଡପଳାଶପାଳ ପଞ୍ଚାୟତ ଗରଗଡବାହାଳ ଗ୍ରାମ ଛତୁଆରି ସାହିରେ। ଗତକାଲି ରାତି ନଅଟାରେ ସତ୍ୟପାଳ ଗ୍ରାମର ଭିନ୍ନକ୍ଷମ ଯୁବକ ବିଜୁ ମହାକୁଡ(୪୫) ନିଜ ଗ୍ରାମରୁ ବଡପଳାଶପାଳ ଗ୍ରାମକୁ ଯାଉଥିବା ବେଳେ ଛତୁଆରି ସାହିକୁ ପଳାଇଥିଲେ। ତାଙ୍କୁ ପିଲାଚୋର ସନ୍ଦେହରେ ଲୋକମାନେ ଗୋଡାଇ ଗୋଡାଇ ନିସ୍ତୁକ ମାଡ଼ ମାରିଥିଲେ। ଗ୍ରାମର କେତେଜଣ ଯୁବକ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଉତ୍ତ୍ୟକ୍ତ ଲୋକମାନେ ଛାଡିନଥିିଲେ। ପୁଲିସ ଖବର ପାଇ ରମ୍ପାକୋଟ ଗ୍ରାମରକ୍ଷୀଙ୍କୁ ଘଟଣାସ୍ଥଳକୁ ପଠାଇଥିଲା। ବିଜୁଙ୍କ ସ୍ତ୍ରୀ ବାସନ୍ତୀ ମହାକୁଡ, କୃଷ୍ଣଚନ୍ଦ୍ର ସାହୁ, ଟୁକୁନ ବିଶ୍ୱାଳ, ବିଡିଓ ମହାକୁଡ, ରଂଜନ ନାୟକ, ପୂର୍ଣଚନ୍ଦ୍ର ସାହୁ, କପିଳ ନାୟକ ପ୍ରମୁଖ ଛତୁଆରି ସାହିକୁ ଯାଇ ତାଙ୍କୁ ଉଦ୍ଧାର କରିଥିିଲେ।

ସମ୍ବନ୍ଧିତ ଖବର