ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ଼କୁ ଆକ୍ରମଣ କରିବା ଘଟଣାରେ ଶୁକ୍ରବାର ସନ୍ଧ୍ୟାରେ କମିସନରେଟ ପୁଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ୟୁନିଟ-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଅନୁଷ୍ଠିତ ଆଦିବାସୀ ମେଳାର ଉଦ୍ଘାଟନ ସାରି ଫେରୁଥିବା ବେଳେ ହାଉସିଙ୍ଗ ବୋର୍ଡ ଛକ ନିକଟରେ ପୁଲିସ ଗାଡ଼ିକୁ ଜଣେ ବ୍ୟକ୍ତି ଠେଙ୍ଗା ଫିଙ୍ଗି ଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ପରେ ସେଠାରେ ମୁତୟନ ହୋଇଥିବା ପୁଲିସ ଅଚିହ୍ନା ବ୍ୟକ୍ତିଙ୍କୁ ଗିରଫ କରିଛି।
ରାଜଧାନୀର ଅନ୍ୟତମ ବ୍ୟସ୍ତବହୁଳ ରାସ୍ତା ‘ଶ୍ରୀରାମ ମନ୍ଦିର ଛକ ଠାରୁ ହାଉସିଙ୍ଗ ବୋର୍ଡ ଛକ’ ତଥା ଜନପଥରୁ ପ୍ରଦର୍ଶନୀ ପଡ଼ିଆ ସମ୍ମୁଖରେ ସଚିବାଳୟ ମାର୍ଗକୁ ଯୋଡୁଥିବା ରାସ୍ତା ଉପରେ ଜଣେ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ କାରକେଡ଼କୁ ଠେଙ୍ଗା ଫୋଫାଡ଼ିବା ନିଶ୍ଚିତ ଭାବରେ ଦୁଃଖର ଘଟଣା। ଯଦିଓ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟର ଅନ୍ୟାନ୍ୟ ମନ୍ତ୍ରୀଙ୍କ ଗାଡ଼ିକୁ ଅଣ୍ଡା ମାଡ଼ ହୋଇଛି, ତଥାପି ଏହି ଘଟଣା ଏକ ନୂଆ ପ୍ରକାରର। ପ୍ରଦର୍ଶନୀ ପଡ଼ିଆ ସମ୍ମୁଖରେ ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ ମଧ୍ୟ ଏଭଳି ବିରଳ ଘଟଣା ଦେଖାଯିବା ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରକ୍ରିୟା ଦେଖାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/bbs-6.jpg)