ଏଭେରେଷ୍ଟ୍ ଆରୋହୀ ଯୋଗବ୍ୟାସଙ୍କୁ ପ୍ରାଣାନ୍ତକ ଆକ୍ରମଣ

ରୁପ୍ରା : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ୍‌ ରୁପ୍ରା ଗାଁର ବାସିନ୍ଦା ତଥା ଏଭେରେଷ୍ଟ୍ ଆରୋହୀ ଯୋଗବ୍ୟାସ ଭୋଇଙ୍କୁ ରବିବାର ସନ୍ଧ୍ୟାରେ ଧଅଁରାମାଲ୍ ଗାଁରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ୨୦୧୭ ମସିହାରେ ମୋନାଲିଠାରେ ଯୋଗବ୍ୟାସଙ୍କ ସହ ପାହାଡ଼ ଚଢ଼ିବା ସମୟରେ ଧଅଁରାମାଲ୍ ଗାଁର ବଳଦେବ ଭୋଇଙ୍କ ପୁଅ ଲାଲୁପ୍ରସାଦଙ୍କ ମୃତ୍ୟୁ ହୋଇଥିଲା। ସେହିଦିନ ଠାରୁ ଉକ୍ତ ପରିବାରର ସମସ୍ତ ସଦସ୍ୟ ଯୋଗବ୍ୟାସଙ୍କୁ ଦାୟୀକରି ତାଙ୍କ ଉପରେ ପ୍ରତିଶୋଧ ଅପେକ୍ଷାରେ ଥିଲେ।

ରବିବାର ବ୍ୟକ୍ତିଗତ କାର୍ଯ୍ୟରେ ଯୋଗବ୍ୟାସ ଧଅଁରାମାଲକୁ ଯାଇଥିଲେ। ଏହି ସମୟରେ ବଳଦେବଙ୍କ ପରିବାର ଲୋକେ ଯୋଗବ୍ୟାସଙ୍କୁ ଆକ୍ରମଣ କରିଥିଲେ।

ଖବର ପାଇ ଯୋଗବ୍ୟାସ ସଂପର୍କୀୟମକୁନ୍ଦ ଭୋଇ ଓ ଜୟରାମ ଭୋଇ ଧଅଁରାମାଲକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ଏ ୨ଜଣଙ୍କୁ ମଧ୍ୟ ପରିବାର ଲୋକେ ଆକ୍ରମଣ କରିଥିଲେ। ପରେ ସେହି ସ୍ଥାନରୁ ଯୋଗବ୍ୟାସ ଜୀବନ ବଞ୍ଚାଇ ସ୍ଥାନୀୟ ଶାନ୍ତିନଗର ପଡ଼ାର ନିଜ ସମ୍ପର୍କୀୟଙ୍କ ଘରେ ପହଞ୍ଚିଥିଲେ। ସ୍ଥାନୀୟ ୱାର୍ଡମେମ୍ୱର ଗୋପାଲ ପୁଟେଲଙ୍କ ଠାରୁ ପୁଲିସ ସୂଚନା ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଜାଣିବାପରେ କଳାହାଣ୍ଡି ଜିଲ୍ଲାପାଳ ଓ ଏସ୍‌ପି ଯୋଗବ୍ୟାସଙ୍କୁ ଫୋନ୍‌ କରି ଘଟଣା ବିଷୟରେ ପଚାରି ବୁଝିଛନ୍ତି। ଯୋଗବ୍ୟାସ ସମସ୍ତ ଅଧିକାରୀଙ୍କୁ ନିଜ ଜୀବନ ପ୍ରତି ବିପଦ ଥିବା କହିଛନ୍ତି। ମେଡିକାଲ୍ ଚେକଅପ୍ ପାଇଁ କେସିଙ୍ଗା ସ୍ୱାସ୍ଥ୍ୟକେନ୍ଦ୍ରରେ ତାଙ୍କୁ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର