ଭୁବନେଶ୍ବର : ଆଜି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ପିପିଲିରେ ନିର୍ବାଚନ ଫ୍ଲାଇଙ୍ଗ୍ ସ୍କ୍ବାଡ୍, ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ଓ ବିଡିଓ ସର୍ଭେଲାନ୍ସ ଟିମ୍ ଉପରେ ଆକ୍ରମଣ ହୋଇଛି। ଏଥିରେ ତିନି ଟିମ୍ର ୫ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗୁରୁତରଙ୍କ ମଧ୍ୟରେ ଫ୍ଲାଇଙ୍ଗ୍ ସ୍କ୍ବାଡ୍ ଅଫିସର ରବିନାରାୟଣ ପାତ୍ର, ବିଡିଓ ସର୍ଭେଲାନ୍ସ ଟିମ୍ର ଭିଡିଓଗ୍ରାଫର ପୂର୍ଣ୍ଣଚନ୍ଦ୍ର ଦାସ ଓ ସୁଶାନ୍ତ ପ୍ରଧାନଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାସ୍ଥଳରେ ପିପିଲି ପୁଲିସ ସହ ଗୋଟିଏ ପ୍ଲାଟୁନ ଫୋର୍ସ ପହଞ୍ଚିଛନ୍ତି। ପୁଲିସକୁ ଦେଖି ଆକ୍ରମଣକାରୀ ଛତ୍ରଭଙ୍ଗ ଦେଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି। ସୂଚନା ମୁତାବକ, ପିପିଲିରେ ଜଣେ ନେତା ଭୋଟର୍ଙ୍କୁ ଆପ୍ୟାୟିତ କରିବା ପାଇଁ ଭୋଜିଭାତର ଆୟୋଜନ କରିଥିଲେ। ଏଥିସହ ସେଠାରେ ଟଙ୍କା ବଣ୍ଟାଯିବାର ମଧ୍ୟ ଯୋଜନା ରହିଥିଲା। ଖବର ପାଇ ମିଳିତ ଟିମ୍ ପକ୍ଷରୁ ଚଢ଼ଉ କରାଯାଇଥିଲା। ଫଳରେ ସମ୍ପୃକ୍ତ ନେତାଙ୍କ ସମର୍ଥକମାନେ ଟିମ୍ ସଦସ୍ୟଙ୍କୁ ଆକ୍ରମଣ କରିବା ସହ ଦୁଇଟି ଭିଡିଓ କ୍ୟାମେରାକୁ ପିଟି ଭାଙ୍ଗି ଦେଇଛନ୍ତି।
ପିପିଲିରେ ନିର୍ବାଚନ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ଉପରେ ଆକ୍ରମଣ, ୫ ଗୁରୁତର
/sambad/media/post_attachments/wp-content/uploads/2019/04/flying-squad-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)