୪ ସ୍କୁଲ ଛାତ୍ରଙ୍କୁ ପ୍ରାଣାନ୍ତକ ଆକ୍ରମଣ

ରାଉରକେଲା : ଛେଣ୍ଡ କଲୋନୀ ଚିନ୍ମୟ ଇଂରାଜୀ ମାଧ୍ୟମ ସ୍କୁଲର ଯୁକ୍ତ ଦୁଇ ଛାତ୍ରମାନଙ୍କୁ ଆଜି ସଂଧ୍ୟାରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ ଛାତ୍ର ଆହତ ହୋଇଛନ୍ତି। ଆକ୍ରମଣକାରୀଙ୍କ ବିରୋଧରେ ପରିବାର ଲୋକ ଛେଣ୍ଡ ଥାନାରେ ଲିଖିତ ଏତଲା ଦେଇଥିବା ଜଣାପଡିଛି। ଟିସି ନେବାକୁ ଲାଇନ୍‌ ଭଙ୍ଗାକୁ କେନ୍ଦ୍ରକରି ମାଡ଼ପିଟ୍‌ ହୋଇଥିବା କୁହାଯାଉଛି।

ମିଳିଥିବା ସୂଚନା ମୁତବାକ ଡେଲିମାର୍କେଟ ଓ ଏହାର ଆଖପାଖରେ ରହୁଥିବା ଚିନ୍ମୟ ସ୍କୁଲର ଯୁକ୍ତ ଦୁଇ ଛାତ୍ର ଆୟୁଷ ଅଗ୍ରୱାଲ, ଅମନ ଅଗ୍ରୱାଲ, ନିମେଷ ଖେମାନି ଓ ଅଶ୍ବିନୀ ଅଗ୍ରୱାଲ ଆଜି ମଧ୍ୟାହ୍ନରେ ସ୍କୁଲକୁ ଟିସି ଆଣିବାକୁ ଯାଇଥିଲେ। ଲମ୍ବା ଲାଇନ ଥିବାରୁ ଚାରି ଛାତ୍ର ଦୁଇ ଘଣ୍ଟାରୁ ଅଧିକ ସମୟ ଛିଡା ହୋଇଥିଲେ। ଏହି ସମୟରେ କିଛି ଅନ୍ୟ ଛାତ୍ର ଲାଇନ ଭାଙ୍ଗି ଭିତରକୁ ପଶିଥିଲେ। ଯାହାକୁ ଏହି ଚାରି ଛାତ୍ର ବିରୋଧ କରିବାରୁ ପାଟିତୁଣ୍ଡ ହୋଇଥିଲା। ଘଟଣାସ୍ଥଳରେ ସ୍କୁଲର ଅଧ୍ୟକ୍ଷା ଓ ଶିକ୍ଷକ ପହଞ୍ଚି ଉତ୍ତେଜିତ ଛାତ୍ରମାନଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ପରେ ଆୟୁଷ, ଅମନ, ଅଶ୍ବିନୀ ଓ ନିମେଶ ସ୍କୁଲରୁ ଟିସି ନେଇ ଘରକୁ ବାହାରିଥିଲେ। ବାଟରେ ସେମାନଙ୍କୁ ଜଗିଥିବା ଅନ୍ୟ କିଛି ଛାତ୍ର ବାଡି ଓ ଲୁହା ରଡ୍‌ରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଛେଣ୍ଡ ପୁଲିସ ପହଞ୍ଚି ଆହତ ଛାତ୍ରଙ୍କୁ ଆର୍‌ଜିଏଚ୍‌ରେ ଚିକିତ୍ସା କରିବା ସହ ଘଟଣାର ତଦନ୍ତ ଚଳାଇଛି।

ସମ୍ବନ୍ଧିତ ଖବର