ଯାଜପୁର: ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ବିଞ୍ଝାରପୁର ବ୍ଲକର ବାଛୋଳ ପଞ୍ଚାୟତ ୨ ନଂ ବୁଥରେ ୩ ଜଣ ସାମ୍ବାଦିକଙ୍କୁ ଆକ୍ରମଣ କରାଯାଇଥିଲା।ଏହି ଘଟଣାରେ କନକ ନିଉଜ୍, ଅର୍ଗସ୍ ନିଉଜ୍ ଓ କଳିଙ୍ଗ ଟିଭିର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଥିବା ବେଳେ ଏହି ଘଟଣା ପାଇଁ ଆଜି ୩ଜଣଙ୍କୁ ଗିରଫ କରାଯାଇଛି। ଏହି ଘଟଣାରେ ପୂର୍ବରୁ ୧୨ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଆଜି ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରାଯାଇଥିବା ଏସପି ରାହୁଲ ପିଆର ସୂଚନା ଦେଇଛନ୍ତି। ଗିରଫ ୩ ଅଭିଯୁକ୍ତ ହେଲେ ବାମଦେବପୁର ଗାଁର ପ୍ରଶାନ୍ତ ମଲ୍ଲିକ, ପ୍ରଦୀପ ମଲ୍ଲିକ ଓ ଶରତ ମଲ୍ଲିକ।
ଏସପି ରାହୁଲ ପିଆର କହିଛନ୍ତି , ଏବେ ଗିରଫ ହୋଇଥିବା ୩ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ। ହେଲେ ମୁଖ୍ୟ ଅଭିଯୁକ୍ତ କୁହା ଯାଉଥିବା ଶ୍ରୀଧର ମଲ୍ଲିକ ଏଯାବତ ପୁଲିସ କବଜାକୁ ଆସି ପାରିନାହିଁ। ପୁଲିସ ଏ ନେଇ ତଦନ୍ତ ଜାରି ରଖିଛି। ଏହି ୩ଜଣଙ୍କୁ ମିଶାଇ ଏଯାବତ ଗିରଫଦାରୀ ସଂଖ୍ୟା ୧୫ରେ ପହଞ୍ଚିଛି।
/sambad/media/post_attachments/a1bc4e70f9a12a8f054c68c9374011c2d27b12011e938df8095a42f6f71a3554.jpg)
ଉଲ୍ଲେଖଯୋଗ୍ୟ, ମତଦାନ କରାଇ ନ ଦେବା ଲାଗି ଗ୍ରାମବାସୀମାନେ ଏଭଳି ଆକ୍ରମଣ କରିଥିଲେ। କେତେକ ଅସାମାଜିକ ଲୋକ ବୁଥରୁ ଭୋଟ ବାକ୍ସ ଲୁଟି ନେଇ ପୋଖରୀରେ ଫିଙ୍ଗିବା ସହ ଅର୍ଗସ୍ ନିଉଜର ସାମ୍ବାଦିକଙ୍କୁ ଅପହରଣ କରି ନେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହାକୁ କଡ଼ା ଭାବରେ ନିନ୍ଦା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/Another-3-Arrested-For-Jajpur-Election_Thumbnail.jpg)