ସାମ୍ବାଦିକମାନଙ୍କ ଉପରେ ହେଉଥିବା ଆକ୍ରମଣକୁ ଦୃଷ୍ଟିରେ ରଖି ସରକାର ସ୍ୱତନ୍ତ୍ର ଆଇନ ଆଣିବା ସହ ଆକ୍ରମଣକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଜୋର ଧରିଲା ଦାବି

ଭୁବନେଶ୍ୱର : ଚତୁର୍ଥ ସ୍ତମ୍ଭ ଉପରେ ଲଗାତର ଆକ୍ରମଣ। ସମାଜରେ ଅସୁରକ୍ଷିତ ସାମ୍ବାଦିକ। ଦିନକୁ ଦିନ ଜଣଙ୍କ ପରେ ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଛି। ଖବର ସଂଗ୍ରହ କରିବାକୁ ଯିବାବେଳେ ସାମ୍ବାଦିକଙ୍କୁ ମନ ଇଚ୍ଛା ଗାଳିଗୁଲଜ କରୁଛନ୍ତି ପୁଲିସ ବାବୁ। ଖବର ସଂଗ୍ରହ ବେଳେ ଧମକ ଦେଇ, ଧକ୍କା ଦେଇ ନିର୍ଦ୍ଦିଷ୍ଟ କିଛି ଖବରକୁ ପରିବେଷଣ କରିବାକୁ ମନାକରୁଛନ୍ତି ପୁଲିସ। ଦୁର୍ନୀତି, ପିସି ଭଳି ଅପରାଧର ଖବର ପ୍ରକାଶ କଲେ ସାମ୍ବାଦିକଙ୍କୁ ହେଉଛି ମାଡ। ଚଳିତ ମାସ ଗୋଟିଏ ସପ୍ତାହରେ ଚାରି ଚାରି ଜଣ ସାମ୍ବାଦିକଙ୍କୁ ପୁଲିସ ମାଡ ଓ ଦୁର୍ବ୍ୟବହାର କରିବା ପରେ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

କାହାକୁ କେବେ ଆକ୍ରମଣ

ତେବେ ଜୁଲାଇ ୧୪ରେ କନକ ନ୍ୟୁଜ ପ୍ରତିନିଧି ପରେଶ ନାୟକଙ୍କୁ ପଟ୍ଟନାଇକିଆ ଛକରେ ଦୁର୍ବ୍ୟବହାର ହୋଇଥିଲା। ଜୁଲାଇ ୧୭ରେ ନ୍ୟୁଜ-୧୮ ସାମ୍ବାଦିକ ଅଜେସ ମଲ୍ଲିକଙ୍କ ଉପରେ କେନ୍ଦ୍ରାପଡା ଏସପି ନୀତି ଶେଖର ହାତ ଉଠାଇଥିଲେ। ଜୁଲାଇ ୧୯ରେ ଅର୍ଗସ ସାମ୍ବାଦିକା ସ୍ୱାତୀ ଜେନାଙ୍କୁ ଆକ୍ରମଣ। ସେହିପରି ଜୁଲାଇ ୧୯ରେ କଳିଙ୍ଗ ଟିଭିର ସମ୍ବଲପୁର ପ୍ରତିନିଧିଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛି ପୁଲିସ। ସାମ୍ବାଦିକମାନଙ୍କ ଉପରେ ହେଉଥିବା ଏହି ଆକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସ୍ୱତନ୍ତ୍ର ଆଇନ ଆଣିବା ନେଇ ଜୋର ଧରିଛି ଦାବି। ଏଥିସହ ଆକ୍ରମଣକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଦାବି ହୋଇଛି।

Tchol cliparts

ସେପଟେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାରେ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଖାକି ବର୍ଦିର ଆଢୁଆଳରେ ପୁଲିସ କର୍ମଚାରୀଙ୍କ ଦାଦାଗିରିର ସବୁ ସୀମା ସରହଦ ପାର ହୋଇ ଯାଉଥିବା ବେଳେ ସେମାନଙ୍କ ଶାଳୀନତାର ସବୁ ସୀମା ମଧ୍ୟ ଟପି ଯାଉଛି।

ତେବେ ସାମ୍ବାଦିକଙ୍କ ଉପରେ ବାରମ୍ବାର ଆକ୍ରମଣ ପରେ ଏବେ ଅନେକ ପ୍ରଶ୍ନ ଉଠୁଛି। ସାମ୍ବାଦିକମାନେ ଖବର ସଂଗ୍ରହ କରିବାକୁ ଯିବା ସମୟରେ ସେମାନଙ୍କୁ ସୁରକ୍ଷା ଦେବ କିଏ ? ସାମ୍ବାଦିକମାନଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାରେ ବିଳମ୍ବ ହେଉଛି କାହିଁକି ? ସାମ୍ବାଦିକଙ୍କ ସୁରକ୍ଷା ନେଇ ନିର୍ଦ୍ଦିଷ୍ଟ ଭାବେ କିଛି ଆଇନ ଆସିବା ଜରୁରୀ କି?

ସମ୍ବନ୍ଧିତ ଖବର