ଭୁବନେଶ୍ବର: ଉତ୍କଳ ଭାରତର ସଭାପତି ଖାରବେଳ ସ୍ବାଇଁଙ୍କ ଉପରେ ଲଗାତାର ୩ଥର ଆକ୍ରମଣକୁ ବିରୋଧ କରି ବାଙ୍ଗାଲୋରରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଉତ୍କଳ ଭାରତ ପକ୍ଷରୁ ଆଗ୍ରାରେ ଥିବା ଜଗନ୍ନାଥ ମନ୍ଦିର ସମ୍ମୁଖରେ ଗତ ୨ତାରିଖରେ ଶତାଧିକ ଓଡ଼ିଆ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭକାରୀଙ୍କ କହିବାନୁଯାୟୀ, ରାଜ୍ୟ ଭିତରେ ଯଦି କଥା କହିବାର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାର ଅଧିକାର ନାହିଁ ବାହାରେ ଥିବା ଓଡ଼ିଆମାନେ କିଭଳି କାମ କରିବେ। ଗତ ଦେଢ଼ ମାସ ତଳେ ଶ୍ରୀ ସ୍ବାଇଁଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଯାହାଫଳରେ ଆକ୍ରମଣକାରୀମାନେ ବାରମ୍ବାର ଏପରି କରିବାକୁ ସାହସ କରୁଛନ୍ତି। ଆଗକୁ ନିର୍ବାଚନ ଆସୁଥିବା ବେଳେ ଶ୍ରୀ ସ୍ବାଇଁଙ୍କ ସମେତ ଅନ୍ୟ ସବୁ ବିରୋଧୀମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସୁରକ୍ଷା ଯୋଗାଇ ଦେବାକୁ ଦାବି ହୋଇଥିଲା। ପ୍ରତିବାଦ ସଭାରେ ମାନସ ମହାକୁଳ, ସରୋଜ ପରିଡ଼ା, ରୂପେଶ ବେହେରା, ମହିର ବେହେରା, ସୁମନ୍ତ ସାହୁ ଓ ସିଦ୍ଧାର୍ଥ ପାତ୍ର ପ୍ରମୁଖ ପରିଚାଳନା କରିଥିଲେ।
ଖାରବେଳଙ୍କ ଉପରେ ଆକ୍ରମଣ, ବେଙ୍ଗାଲୁରୁରେ ଶତାଧିକ ଓଡ଼ିଆଙ୍କ ପ୍ରତିବାଦ
/sambad/media/post_attachments/wp-content/uploads/2018/12/Untitled-5-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)