ନୟାଗଡ଼ : ଆଜି ସନ୍ଧ୍ୟାରେ ନୟାଗଡ଼ ସହର ନିକଟସ୍ଥ କଇଥଗାଡ଼ିଆ ରାସ୍ତାରେ ଦୁଇ ଜଣ ଓକିଲଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ ଓକିଲ ଅଜୟ କୁମାର ମହାନ୍ତି ଓ ତାଙ୍କ ପୁଅ ଅମରେନ୍ଦ୍ର ମହାନ୍ତି ଗୁରୁତର ଭାବେ ଆହାତ ହୋଇଥିବା ଜଣାପଡ଼ିଛି। ଆଜି ଏହି ଦୁଇ ଓକିଲ ବାପ, ପୁଅ କୋର୍ଟରୁ କାମ ସାରି ନିଜ ଗ୍ରାମ ଖୁଣ୍ଟୁବନ୍ଧ ଅଭିମୁଖେ ବାଇକ୍ ଯୋଗେ ଯାଉଥିବା ବେଳେ, ଭୌରବୀ ମନ୍ଦିର ନିକଟରେ ବାଇକ୍ରେ ଆସି ଦୁଇ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ରଡ୍ରେ ଅଜୟ ଓ ଅମରେନ୍ଦ୍ରଙ୍କୁ ଆକ୍ରମଣ କରିଥିଲେ। ଏମାନଙ୍କ ଚିତ୍କାର ଶୁଣି ଲୋକ ଜମା ହୋଇଯିବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳ ଛାଡ଼ି ପଳାଇଥିଲେ। ସ୍ଥାନୀୟ ଲୋକ ଗୁରୁତର ଆହାତ ଦ୍ବୟଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପଠାଇବା ସହିତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳ ଓ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପହଞ୍ଚି ଅନୁଧ୍ୟାନ ଚଳାଇଛି। ଅମରେନ୍ଦ୍ରଙ୍କୁ ଭୁବନେଶ୍ବର ସ୍ଥାନାନ୍ତରିତ କରାଯାଇଛି। ଏହି ଆକ୍ରମଣର କାରଣ ଜଣାପଡ଼ିନଥିବା ନୟାଗଡ଼ ଏସ୍ଡିପିଓ ନିରଞ୍ଜନ ପାଢୀ କହିଛନ୍ତି। ଏଥିନେଇ ମାମଲା କରାଯାଇ ଘଟଣାର ଅଧିକ ତଦନ୍ତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।
ନୟାଗଡ଼ରେ ଓକିଲ ବାପ, ପୁଅଙ୍କୁ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣ
/sambad/media/post_attachments/wp-content/uploads/2020/03/nayagarh-photo-okilanku-akramana-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)