ପିପିଲି: ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକଙ୍କ ଗାଡ଼ିକୁ ଆଜି ରାତି ପ୍ରାୟ ୭ଟା ବେଳେ ପିପିଲି ଥାନା ମଙ୍ଗଳପୁର ପଞ୍ଚାୟତ ବରଜୁପାଟଣା ଗାଁରେ ଆକ୍ରମଣ ହୋଇଛି। ଦୁର୍ବୃତ୍ତର ଆକ୍ରମଣରେ ଗାଡ଼ି ଚାଳକ ଆହତ ହୋଇ ପିପିଲି ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି। ଅଭିଯୁକ୍ତ ବରଜୁପାଟଣା ଗାଁର ବିଭୁନା ବେହେରା (୩୫)ଙ୍କୁ ପିପିଲି ପୁଲିସ ଅଟକ ରଖିଛି।
ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ: ଡ୍ରାଇଭର୍ ଆହତ, ଅଭିଯୁକ୍ତ ଅଟକ
ସୂଚନା ଅନୁସାରେ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଏବଂ ପୁରୀ ସାଂସଦ ଡା. ସମ୍ବିତ ପାତ୍ର ବରଜୁପାଟଣା ଗାଁରେ ଆଜି ଆୟୁଷ୍ମାନ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରି ଫେରୁଥିଲେ। ଗାଁ ମୁଣ୍ତରେ ବିଧାୟକଙ୍କ ଗାଡ଼ି ରହିଥିଲା ଏବଂ ଗାଡ଼ିରେ ଚାଳକ ଟୁଟୁ ପରିଡ଼ା ବସିଥିଲେ। ଏହି ସମୟରେ ଅଭିଯୁକ୍ତ ବିଭୁନା ବାଇକ୍ରେ ଆସି ବିଧାୟକଙ୍କ ଗାଡ଼ିକୁ ଧକ୍କା ଦେବା ସହ ଗାଳିଗୁଲଜ କରି ଏକ ପ୍ଲାଷ୍ଟିକ ଚେୟାର୍ରେ ଗାଡ଼ିକୁ ପିଟିଥିଲା। ଡ୍ରାଇଭର ଶ୍ରୀ ପରିଡ଼ା ଏହାର ପ୍ରତିବାଦ କରିବାରୁ ଅଭିଯୁକ୍ତ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲା। ଫଳରେ ତାଙ୍କ ମୁଣ୍ତ, ଛାତି ଓ ବେକରେ ଗୁରୁତର ଆଘାତ ଲାଗିଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବିଭୁନାକୁ କାବୁ କରି ଥାନାକୁ ଆଣି ଅଟକ ରଖିବା ସହିତ ବାଇକ୍ ଜବତ କରିଛି। ଏ ନେଇ ବିଧାୟକଙ୍କ ଗାଡ଼ି ଚାଳକ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ବିଧାୟକ ଏହି ଘଟଣାକୁ ନିନ୍ଦା କରିବା ସହ ଏହାର ବିଧିବଦ୍ଧ ତଦନ୍ତ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/04/29/gtLV1SbYiNX2HiAKsnqA.jpg)