ଜଗତସିଂହପୁର ଟାଉନ୍ : ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ଥାନା ରେଢ଼ୁଆ ଶାଳିଜଙ୍ଗା ଅଞ୍ଚଳରେ ମୋବାଇଲ୍ ଚୋରି ଅଭିଯୋଗରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକକୁ କେତେଜଣ ଯୁବକ ନିସ୍ତୁକ ମାଡ଼ ମାରିବା ସହିତ ପରିସ୍ରା ପିଆଇଛନ୍ତି। ଏହାପରେ ଅସୁସ୍ଥ ଅବସ୍ଥାରେ ନାବାଳକକୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଏହି ଘଟଣା ସମ୍ପୃକ୍ତ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି।
ଗତ ୧୮ ତାରିଖରେ ଏହି ଘଟଣା ଘଟିଥିଲାବେଳେ ଏବେ ଏହା ସାମ୍ନାକୁ ଆସିଛି। ଅଭିଯୋଗ ଅନୁସାରେ, ମୋବାଇଲ ଚୋରି ଅଭିଯୋଗରେ କିଛି ଯୁବକ ସମ୍ପୃକ୍ତ ନାବାଳକକୁ ବାନ୍ଧି ମାଡ଼ ମାରିଥିଲେ। ପୂର୍ବାହ୍ନ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସେମାନେ ମାଡ଼ ମାରିଥିଲେ। ଷଢ଼େଇରେ ପରିସ୍ରା ପିଆଇଥିଲେ। ଏପରିକି, ମୋବାଇଲ୍ ପାଇଁ ୧୮ ହଜାର ଟଙ୍କା ମାଗିଥିଲେ। ନାବାଳକଙ୍କ ମା’ଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରାଯାଇଥିବା ଅଭିଯୋଗରେ ଦର୍ଶାଯାଇଛି। ମୋବାଇଲ ଚୋରି ନେଇ ମିଥ୍ୟା ଅଭିଯୋଗ ଆଣି ଯୁବକମାନେ ଏପରି କାଣ୍ଡ ଭିଆଇଥିବା ନାବାଳକଙ୍କ ମା’ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/jatatsinghpur.jpg)