ଲୋକସଭାରେ ଶାସକ-ବିରୋଧୀ ମୁହାଁମୁହିଁ: ସାଂସଦ ସଙ୍ଗୀତାଙ୍କୁ ଆକ୍ରମଣ!

ନୂଆଦିଲ୍ଲୀ: ଦିଲ୍ଲୀ ହିଂସା ଘଟଣାକୁ ନେଇ ଲୋକସଭାରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି ହୋଇଛି। ଗତକାଲି ଭଳି ଆଜି ମଧ୍ୟ ଉଭୟ ଶାସକ ଓ ବିରୋଧୀ ଦଳ ସାଂସଦ ମୁହାଁମୁହିଁ ହୋଇଛନ୍ତି। ଏପରିକି ଧସ୍ତାଧସ୍ତି ହୋଇଥିବା ଦେଖିବାକୁ ମିଳିଛି। ଏହିଭଳି ପରିସ୍ଥିତିରେ ବିଜେପି ସାଂସଦ ସଙ୍ଗୀତା ସିଂହଦେଓଙ୍କୁ ମାଡ଼ ମରାଯାଇଛି। କଂଗ୍ରେସର ଦୁଇ ଜଣ ମହିଳା ସାଂସଦ ତାଙ୍କୁ ଆକ୍ରମଣ କରିଥିବା ବାଚସ୍ପତିଙ୍କ ନିକଟରେ ସେ ଅଭିଯୋଗ କରିଛନ୍ତି।

ସାଂସଦ ଶ୍ରୀମତୀ ସିଂହଦେଓ ଅଭିଯୋଗ କରିଛନ୍ତି ଯେ କଂଗ୍ରେସର ଦୁଇ ମହିଳା ସାଂସଦ ରାମ୍ୟା ହରିଦାସ ଓ ଜ୍ୟୋତିମଣି ତାଙ୍କୁ ଆକ୍ରମଣ କରିଛନ୍ତି। ବିରୋଧୀ ସାଂସଦମାନେ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଗୃହରେ କାର୍ଯ୍ୟ କରାଇ ନଦେବାକୁ ବାରମ୍ବାର ବାଧା ସୃଷ୍ଟି କରୁଥିଲେ। ଏହି ସମୟରେ ଦୁଇ ମହିଳା ସାଂସଦ ତାଙ୍କୁ ଆକ୍ରମଣ କରିଥିଲେ। ତାଙ୍କର ହାତକୁ ଧରି ଆମ୍ପୁଡ଼ିବା ସହିତ ଛାତିକୁ କହୁଣିରେ ମାଡ଼ ମାରି ଆଘାତ କରିଥିଲେ। କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କୁ ଏହି ଆକ୍ରମଣରୁ ରକ୍ଷା କରିଥିଲେ। ଏହି ଘଟଣା ପରେ ସିଜିଏଚଏସ୍ ଡିସ୍ପେନ୍ସାରିରୁ ଯାଇ ଚିକିତ୍ସା କରାଇଥିଲେ। ମେଡିକାଲ ରିପୋର୍ଟ ସହିତ ବାଚସ୍ପତିଙ୍କୁ ଏ ସମ୍ପର୍କରେ ଚିଠି ଲେଖି ସମ୍ପୃପ୍ତ ସାଂସଦଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି ବୋଲି ଶ୍ରୀମତୀ ସିଂହଦେଓ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର