ପାତ୍ରପୁର: ଆନ୍ଧ୍ରପ୍ରଦେଶ ସିକନ୍ଦରାବାଦର ନାଗରାପଲ୍ଲୀ ଅଞ୍ଚଳର ଏକ ଭଡ଼ାଘରୁ ଆଜି ଜଣେ ଓଡ଼ିଆ ଶ୍ରମିକଙ୍କ ରକ୍ତ ଜୁଡ଼ୁବୁଡ଼ୁ ଶବ ଉଦ୍ଧାର ହୋଇଛି। ମୃତକଜଣକ ହେଲେ, ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଧୀନ ତୁରୁବୁଡ଼ି ପଞ୍ଚାୟତ ଝଗଡ଼ାପଲ୍ଲୀ ଗ୍ରାମର ବିଶ୍ବନାଥ ଦଳେଇ (୩୫)। ସେହିପରି ସେହି ଗ୍ରାମର ଅଭି ଦଳେଇ, ନିରଞ୍ଜନ ଦଳେଇ ଓ ଦିଗପହଣ୍ଡି ବ୍ଲକ୍ ପିମ୍ପଳାପଲ୍ଲୀ ଗ୍ରାମର ଟୁକୁନା ଶବରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧ‌ାର କରାଯାଇଛି।

Advertisment

ପାରିପାର୍ଶ୍ବିକ ସ୍ଥିତିରୁ ସେମାନଙ୍କ ମଧ୍ୟରେ ଘମାଘୋଟ ସଂଘର୍ଷ ଘଟିଥିବା ସେଠାକାର ପୁଲିସ ଅନୁମାନ କରୁଛି। ଚାରିଜଣ ଯୁବକ ଗୋଟିଏ ଘରେ ରହି ଶ୍ରମିକ ଭାବେ କାମ କରୁଥିଲେ। କିନ୍ତୁ ଘଟଣା ବିଷୟରେ ଏଯାଏ ସ୍ପଷ୍ଟ ସୂଚନା ମିଳିପାରିନି। ଶବକୁ ଜବତ କରାଯାଇଥିବା ବେଳେ ଆହତମାନଙ୍କୁ ଡାକ୍ତରଖାନାକୁ ପଠାଯାଇଛି।