ପାଣ୍ଡିଆନଙ୍କୁ ଘରକୁ ଗୋବର ମାଡ଼ ଘଟଣାରେ ୨ ନାବାଳକ ଅଟକ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌ଙ୍କ ଘରେ ପଶି ଭଙ୍ଗାରୁଜା ଓ ଗୋବର ମାଡ଼ କରିବା ଅଭିଯୋଗରେ ଆଜି କ୍ୟାପିଟାଲ୍‌ ଥାନା ପୁଲିସ ୨ ନାବାଳକଙ୍କୁ ଅଟକ ରଖିଛି। ପୁଲିସର ଏକ ଟିମ୍‌ ନୂଆପଲ୍ଲୀ ଅଞ୍ଚଳରେ ଚଢ଼ଉ କରି ଉଭୟଙ୍କୁ କାବୁ କରିଥିବା ଥାନା ଅଧିକାରୀ ମାନସ ଗଡ଼ନାୟକ ସୂଚନା ଦେଇଛନ୍ତି। ତେବେ ଉଭୟଙ୍କୁ ଥାନାରେ ରଖି ଅଧିକ ପଚରାଉଚରା କରାଯାଉଛି। ଅନ୍ୟପକ୍ଷରେ ଏହି ଘଟଣା ପରେ ଶ୍ରୀ ପାଣ୍ଡିଆନଙ୍କ ଘର ନିକଟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି ମଧ୍ୟରେ ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଆଗକୁ ମଧ୍ୟ ଜାରି ରହିବ ବୋଲି କମିସନରେଟ୍‌ ପୁଲିସର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର