ପିସିସି ସଭାପତିଙ୍କ ଉପରେ ଆକ୍ରମଣ ଘଟଣା : ମାନବାଧିକାର କମିସନ୍‌ଙ୍କ ଦ୍ବାରସ୍ଥ ହେଲା କଂଗ୍ରେସ

ଭୁବନେଶ୍ବର : ଗତ ୧୭ ତାରିଖରେ କେନ୍ଦୁଝରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ରାଜ୍ୟ ମାନବାଧିକାର କମିସନ୍‌ଙ୍କ ଦ୍ବାରସ୍ଥ ହୋଇଛି କଂଗ୍ରେସ। ଦଳର ମୁଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ରଙ୍କ ନେତୃତ୍ବରେ ପୂର୍ବତନ ବିଧାୟକ ବିପିନ ଦାସ, ମୁଖପାତ୍ର ପ୍ରଶାନ୍ତ ଶତପଥୀ, ଅମୀୟ ପାଣ୍ଡବ, ରଜନୀ ମହାନ୍ତି, ରଶ୍ମୀ ମହାପାତ୍ର, ଶୁଭଶ୍ରୀ ପଣ୍ଡା, ଚିନ୍ମୟ ସୁନ୍ଦର ଦାସ, ସାଗର ଜେନା, ମାହି ନିଖତ ଓ ସଂକୁନା କହଁର ପ୍ରମୁଖ ମାନବାଧିକାର କମିସନ୍‌ଙ୍କୁ ଭେଟି ପିଟିସନ୍ ଦାଖଲ କରିଥି‌େଲ। କମିସନ୍ ଏ ଘଟଣା ଉପରେ ଉଦ୍‌ବେଗ ପ୍ରକାଶ କରିଥିଲେ। ପିସିସି ସଭାପତିଙ୍କ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବାକୁ ପୁଲିସ ଡିଜି ଆବଶ୍ୟକ ପରାମର୍ଶ ଦେବା ପାଇଁ ପ୍ରତିନିଧି ଦଳ ମାନବାଧିକାର କମିସନ୍‌ଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର