ପୁଲିସ୍‌ ଉପରେ ଆକ୍ରମଣ, ୪ ଆହତ

ଆଳି : ଆଜି ସନ୍ଧ୍ୟାରେ ଆଳିରେ କିଛି ଦୁର୍ବୃତ୍ତ ଉନ୍ମତ୍ତକାଣ୍ଡ ଭିଆଇଛନ୍ତି। ପୁଲିସ୍‌ ଗାଡ଼ି ଭଙ୍ଗାରୁଜା କରିବା ସହ ୪ କର୍ମଚାରୀଙ୍କୁ ଆକ୍ରମଣ କରିଛନ୍ତି। ଆହତ କର୍ମଚାରୀଙ୍କୁ ଆଳି ମେଡିକାଲରେ ଭର୍ତ୍ତି କରାଯାଇଛି।

ଆଜି ସଂଧ୍ୟାରେ ନିଆଳ-ଗଉଡପାଟଣା ଛକ ନିକଟରେ ଆଳି ପୁଲିସର ପାଟ୍ରୋଲିଂ ଗାଡ଼ିକୁ ହଠାତ ୨୫/୩୦ ଜଣ ଯୁବକ ଘେରି ଯାଇଥିଲେ। ସେମାନେ କୋଦାଳ ବେଣ୍ଟରେ ଗାଡ଼ିକୁ ପିଟିବା ଆରମ୍ଭ କରି ଦେଇଥିଲେ। ସେହିପରି ଗାଡ଼ିରେ ଥିବା କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଏଥିରେ ଗାଡ଼ି ଚାଳକ ବିଭୂତି ପ୍ରଧାନ, ସିପାହୀ ରାଜକିଶୋର ମଲିକ, ହାବିଲଦାର ଧୀରେନ୍ଦ୍ର ସାହୁ ଓ କନଷ୍ଟେବଳ ଆର.ଏନ ଭଦ୍ର ଆହତ ହୋଇଛନ୍ତି। ସେମାନଙ୍କ ମୁଣ୍ତ, ହାତ, ଗୋଡ ଓ ପିଠିରେ ଆଘାତ ଲାଗିଛି। ଆଳି ମେଡିକାଲରେ ‌ସେମାନେ ଚିକିତ୍ସିତ ହୋଇଛନ୍ତି। ପୁଲିସ ଗାଡ଼ିର କାଚ ଭାଙ୍ଗି ଚୂରମାର ହୋଇଯାଇଛି। ଖବରପାଇ ପୁଲିସ ଏସଡିପିଓ ରଂଜନ ଦେ ଆଳିରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର