କୋର୍ଟରେ ହାଜର ହେଲେ ମନ୍ତ୍ରୀଙ୍କ ପୁଅ : ପୁଲିସକୁ ମାଡ଼ ମାମଲାରେ ସର୍ତ୍ତମୂଳକ ଜାମିନ୍
କ୍ୟାମ୍ପ କୋର୍ଟରେ ସୁରେଶଙ୍କ ଜାମିନ୍ ଆବେଦନ ଖାରଜ
ଆନନ୍ଦପୁର : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ ଆଜି େଗାଟିଏ ମାମଲାରେ ସର୍ତ୍ତମୂଳକ ଜାମିନ ମିଳିଛି। ତିନିଟି ସ˚ଗିନ୍ ମାମଲାରେ ଛନ୍ଦି ହୋଇ କେନ୍ଦୁଝର ଜିଲ୍ଲା କାରାଗାରରେ ଥିବା ଦେବାଶିଷଙ୍କୁ ଆଜି କଡ଼ା ସୁରକ୍ଷା ମଧ୍ୟରେ ଆନନ୍ଦପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଶ୍ବଜିତ ମହାନ୍ତିଙ୍କ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ଗତ ସେପ୍ଟେମ୍ବର ୬ ତାରିଖରେ ଘସିପୁରାରେ ପୌର ଉପାଧୢକ୍ଷ ସୁରେଶ ସାହୁଙ୍କୁ ଆକ୍ରମଣ ଓ ୧୮ତାରିଖରେ ପଦନାଛକରେ ପୁଲିସ୍ ଉପରେ ଆକ୍ରମଣ କରି ଅଭିଯୁକ୍ତକୁ ଛଡାଇନେବା ମାମଲାରେ ହାଜର କରାଯାଇଥିଲା। ଏହି ମାମଲାରେ ଦେବାଶିଷଙ୍କ ସହିତ ଗିରଫ ହୋଇଥିବା ମୋଟ୍ ୧୩ ଜଣ ମଧ୍ୟ ହାଜର ହୋଇଥିଲେ। ସୁରେଶଙ୍କ ଉପରେ ହୋଇଥିବା ଆକ୍ରମଣ ମାମଲାରେ କରାଯାଇଥିବା ଜାମିନ୍ ଆବେଦନ ଉପରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଶୁଣାଣି କରିବାକୁ ନିର୍ଦେଶ ଦିଆଯାଇଛି।
ପଦନା ଛକରେ ପୁଲିସ୍କୁ ମାଡ଼ ମାମଲାରେ ଦେବାଶିଷଙ୍କ ସମେତ ୯ଜଣ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରାଯାଇଛି। ଦୁଇଜଣ ଜାମିନ୍ଦାର ଓ ୩୦ ହଜାର ଟଙ୍କାର ଅମାନତ ରାଶି ବଦଳରେ ଏହି ୯ଜଣଙ୍କୁ ଜାମିନ୍ ପ୍ରଦାନ କରିବାକୁ ନିର୍ଦେଶ ହୋଇଛି। ସେଇଭଳି ବେଲବାହାଳିରେ ସେପ୍ଟେମ୍ବର ୧୬ ତାରିଖରେ ଗଶେଣ ଭସାଣି ସମୟରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଗାଡିର କାଚଭଙ୍ଗା ଘଟଣା ଓ ୬ ତାରିଖରେ ଘସିପୁରା ବସ୍ଷ୍ଟାଣ୍ତରେ ଆକ୍ରମଣ ଘଟଣାରେ ହୋଇଥିବା ଜାମିନ୍ ଆବେଦନର ଶୁଣାଣି ଆଜି କୋର୍ଟ ପରିସରରେ କ୍ୟାମ୍ପ କୋର୍ଟରେ ହୋଇଥିଲା। ଘସିପୁରା ଗ୍ରାମ୍ୟ ନ୍ୟାୟାଳୟର ନ୍ୟାୟାଧୀଶ ଉଭୟ ମାମଲାରେ ସୁରେଶଙ୍କ ସମେତ ୮ ଜଣଙ୍କ ଜାମିନ୍ ନାମଞ୍ଜୁର କରିଥିବା ଜଣାପଡ଼ିଛି।