ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର ମହଙ୍ଗା ପଡ଼ିଲା : ସ୍କୁଲ୍‌ ଅଧ୍ୟକ୍ଷଙ୍କୁ ନିସ୍ତୁକ ମାଡ଼

ଧାମରା : ଛୋଟ ସ୍କୁଲ୍‌ ଛାତ୍ରୀଙ୍କ ସହ କଦର୍ଯ୍ୟ ଭାଷାରେ କଥା ହେବା ଏକ ସ୍କୁଲ୍‌ର ଅଧ୍ୟକ୍ଷଙ୍କୁ ମହଙ୍ଗା ପଡ଼ିଛି। ତ‌ାଙ୍କୁ ଆକ୍ରମଣର ଶିକାର ହେବା ସହିତ ପୁଲିସ୍‌ ମଧ୍ୟ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସ୍କୁଲ୍‌ର ଅଧ୍ୟକ୍ଷ ହେଲେ, ଦେବେନ୍ଦ୍ର ପଟ୍ଟନାୟକ। ବୟସ ୬୦ ବର୍ଷ। ଶ୍ରୀ ପଟ୍ଟନାୟକ ତିନିବର୍ଷ ତଳେ ଭଦ୍ରକ ଧାମରା ଅଞ୍ଚଳର ଏକ ସ୍କୁଲ୍‌ରେ ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ। ସେହି ସ୍କୁଲରେ ସମ୍ପୃକ୍ତ ନାବାଳିକା ଜଣକ ପାଠ ପଢନ୍ତି। ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, ସ୍କୁଲ୍‌ ଅଧ୍ୟକ୍ଷ ତାଙ୍କ ଝିଅକୁ ବାରମ୍ବାର ଫୋନ କରି ଅଶାଳୀନ କଥା ହେଉଥିଲେ। ଦୁର୍ବ୍ୟବହାର ମଧ୍ୟ କରୁଥିଲେ। ଏହି କଥାବାର୍ତ୍ତାର ଅଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଅଡିଓଟି ବି ଝିଅର ବୋଲି ତାଙ୍କ ବାପା ଦାବି କରିଛନ୍ତି। ଅଡିଓ ଭାଇରାଲ୍‌ ହେବା ପରେ ଶ୍ରୀ ପଟ୍ଟନାୟକ ଫେରାର ହେବାକୁ ଉଦ୍ୟମ କରିବା ସମୟରେ ନାବାଳିକାଙ୍କ ବାପା ଓ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଯାଇଥିଲେ। ଅଧ୍ୟକ୍ଷ ଓ ତାଙ୍କ ସହ ଥିବା ଦୁଇଜଣଙ୍କୁ ଜଙ୍ଗଲକୁ ଧରିନେଇ ନିର୍ଘାତ ମାଡ଼ ମାରିଥିଲେ ନାବାଳିକାଙ୍କ ବାପା ଓ ଗ୍ରାମବାସୀ। ପୁଲିସ୍‌ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର