ଦେବଗଡ଼: ବାରକୋଟ ବ୍ଲକ୍ ବଳମ ପଞ୍ଚାୟତରେ କିରାସିନି ବଣ୍ଟନ ବେଳେ ସଂପୃକ୍ତ ପଂଚାୟତର ଯୋଗାଣ ସହାୟକ ସଞ୍ଜୀବ ବିଶ୍ବାଳଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିବା ଦେବଗଡ଼ ଥାନାରେ ଅଭିଯୋଗ ହୋଇଛି। ଦେବଗଡ଼ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ବଳମ ପଞ୍ଚାୟତର ଯୋଗାଣ ସହାୟକ ଶ୍ରୀ ବିଶ୍ବାଳ ଶନିବାର ପଞ୍ଚାୟତ କାର୍ଯ୍ୟାଳୟରେ କିରାସିନି ବଣ୍ଟନ କରୁଥିଲେ। ହିତାଧିକାରୀ ନିରାକର ଦଳେଇ ତାଙ୍କ କାର୍ଡ ସହିତ ଅନ୍ୟ ୨ଟି କାର୍ଡରେ କିରାସିନି ଦେବା ପାଇଁ ଯୋଗାଣ ସହାୟକ ଶ୍ରୀ ବିଶ୍ବାଳଙ୍କୁ କହିଥିଲେ। କିନ୍ତୁ ଶ୍ରୀ ବିଶ୍ବାଳ ତାଙ୍କ କାର୍ଡ ବ୍ୟତୀତ ଅନ୍ୟ ୨ଟି କାର୍ଡରେ କିରାସିନି ଦେଇ ପାରିବେ ନାହିଁ ବୋଲି କହିବାରୁ ହିତାଧିକାରୀ ନିରାକର ଉତ୍କ୍ଷିପ୍ତ ହୋଇ ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିବା ସହିତ ତାଙ୍କୁ ପ୍ରାଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/7-1.jpg)