ଚଢ଼ାଉ ବେଳେ ତହସିଲଦାରଙ୍କୁ ଆକ୍ରମଣ: ଅଳ୍ପକେ ବର୍ତ୍ତିଲେ, ଗାଡ଼ି ଭାଙ୍ଗିଲା

ବାସୁଦେବପୁର : ବାସୁଦେବପୁର ଥାନା ପଢୁଆଁ ପଞ୍ଚାୟତ ନୂଆପୋଖାରୀ ନିକଟରେ ଆଜି ଲକ୍‌ଡାଉନ୍ କଟକଣାକୁ ଫାଙ୍କି ଏକ ଲୁଗା ବ୍ୟବସାୟୀ ଦୋକାନ ଖୋଲିଥିବା ଖବର ପାଇ ସ୍ଥାନୀୟ ତହସିଲଦାର ଓ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ବେଆଇନ ଭାବେ ଦୋକାନ ଖୋଲିବାକୁ ନେଇ ତହସିଲଦାର ଉକ୍ତ ଦୋକାନକୁ ସିଲ୍‌ କରିଥିଲେ। ଏହି ସମୟରେ କେତେକ ଦୁର୍ବୃତ୍ତ କିଛି ଦୂରରୁ ଟେକା ପଥର ମାଡ଼ କରିଥିଲେ। ଏଥିରେ କେତେକ ପୁଲିସ କର୍ମଚାରୀଙ୍କ ସହ ତହସିଲଦାର ସୌମ୍ୟଶ୍ରୀ ପାଣିଗ୍ରାହୀ ବର୍ତ୍ତି ଯାଇଥିଲେ। ହେଲେ ଟେକା ମାଡ଼ରେ ଗାଡ଼ିର କାଚ ଭାଙ୍ଗିଯାଇଛି। ଆକ୍ରମଣ କରି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ତେବେ ଏହାକୁ ନେଇ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର